ଦଶହରା ଉପଲକ୍ଷେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଜୟପୁରର ରାଜ ପ୍ରସାଦ | ବିଭିନ୍ନ ଦେବୀ ପୀଠରୁ ପ୍ରତୀକ ଭାବେ ଆସିଥିବା ମା’ଙ୍କ ଲାଠି ପୂଜା କଲେ ରାଣୀ ସାରିକା ଦେବୀ | ଏହା ସହ ଲାଠିଧାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କଲେ ରାଣୀ | ରାଜତନ୍ତ୍ର ସମୟରୁ ତତ୍କାଳୀନ ରାଜ ପରିବାର ରାଜ ପରିବାର ଅତି ଧୁମଧାମରେ ଦଶହରା ପାଳନ କରୁଥିଲେ |
ତେବେ ରାଜତନ୍ତ୍ର ଲୋପ ପାଇବା ପରେ ଏହି ପରମ୍ପରା ମଧ୍ୟ କିଛି ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା ତେବେ ଏହାକୁ ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ | ଜୟପୁର ଦଶହରାରେ ସାମିଲ ହେବ ପାଇଁ ପୂଜା କମିଟି ତରଫରୁ ରାଣୀଙ୍କୁ ନିମନ୍ତ୍ରଣ ଦେଇଥିଲେ ଜୟପୁର ବିଧାୟକ ଆଉ ଆଜି ଜୟପୁର ଓ ଆଖପାଖରୁ ଆସିଥିବା ବିଭିନ୍ନ ଦେବୀ ପୀଠର ଲାଠିକୁ ରାଣୀ ପୂଜା ଅର୍ଚ୍ଚନା କରିଛନ୍ତି | ଆଗକୁ ମଧ୍ୟ ଏପରି ପ୍ରୟାସ ରାଜ ପରିବାର ତରଫରୁ ଜାରି ରହିବ ବୋଲି ରାଣୀ କହିଛନ୍ତି | ସେପଟେ ରାଣୀଙ୍କୁ ଦେଖିବାକୁ ଲାଠିଧାରୀ ଓ ଲୋକଙ୍କ ପ୍ରବଳ ଭିଡ ରାଜ ପ୍ରସାଦ ଭିତରେ ଦେଖିବାକୁ ମିଳିଥିଲା |