ସକାଳୁ ଖାଲି ପାଦରେ ଘାସରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ଏହା ତ ସମସ୍ତେ ଜାଣନ୍ତି | କିନ୍ତୁ ଏପରି କଲେ କି ପ୍ରକାର ସ୍ୱାସ୍ଥ୍ୟଗତ ଉନ୍ନତି ହୁଏ ତାହା କେବେ ଚିନ୍ତା କରିଛନ୍ତି ?ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା ସକାଳର କିଛି ସମୟ ଖାଲି ପାଦରେ ଘାସ ଉପରେ ଚାଲିଲେ ଆମେ ନିଜକୁ କେତେ ସୁସ୍ଥ ରଖିପାରିବା
ହାଡ ଶକ୍ତ କରେ : ପ୍ରଥମେ ଏହା ଆମ ଶରୀରର ହାଡ଼କୁ ଶକ୍ତ ରଖେ | ଏହା ସହ ସକାଳୁ ଚାଲିବ ଦ୍ୱାରା ସୂର୍ଯ୍ୟକିରଣରୁ ଭିଟାମିନ-ଡ଼ ମଧ୍ୟ ମିଳିଥାଏ | ଯାହା ଆମ ଶରୀର ପାଇଁ ଖୁବ ଜରୁରୀ |
ଶକ୍ତି ପ୍ରଦାନ କରେ : ସକାଳେ ଖାଲି ପାଦରେ ଘାସରେ ଚାଲିଲେ ଆମକୁ ଶକ୍ତି ମିଳେ | ବିଶେଷଜ୍ଞ କହିବା ଅନୁଯାୟୀ , ଏପରି କରିବା ସମୟରେ ଆମ ଶରୀର ସକଳ ସୂର୍ଯ୍ୟ କିରଣରୁ ଦରକାରୀ ଶକ୍ତି ଯାହା ଆମକୁ ଦିନ ସାରା ଫୁର୍ତ୍ତି ଓ ସତେଜ ରଖିବାରେ ସାହାଯ୍ୟ କରେ | ଶରୀର ମାଂସପେଶୀ କୁ ଶକ୍ତ ଓ ଶିରା ପ୍ରଶିରାକୁ ସୁସ୍ଥ ରଖେ |
ମସ୍ତିଷ୍କକୁ ଶାନ୍ତ ରଖେ : ସକାଳର ଶାନ୍ତ ପରିବେଶ , ସତେଜ ପବନ ଓ ହାଲୁକା ସୂର୍ଯ୍ୟ କିରଣ ମସ୍ତିଷ୍କକୁ ଶାନ୍ତ ରଖେ | ଦିନସାରା କାମ କରିବା ପାଇଁ ଅପୂର୍ବ ଶକ୍ତି ଯୋଗାଏ |