ଶ୍ରୀ ମନ୍ଦିରରୁ କୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ | ଅନେକ ଶ୍ରଦ୍ଧାଳୁ ଅର୍ଥାଭାବ ହେଉ କି ଅନ୍ୟ କୌଣସି କାରଣରୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥାଆନ୍ତି | ହେଲେ ଆଗାମୀ ଦିନରେ କୌଣସି ଶ୍ରଦ୍ଧାଳୁ ମହା ପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ | ଏଥି ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର | ଶ୍ରୀମନ୍ଦିର ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ କୁଡୁଆ ମାଗଣାରେ ଯୋଗାଇବାକୁ ଯୋଜନା କରିଛନ୍ତି ସରକାର |
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦିଆଯିବ | ଏଥି ପାଇଁ ବାର୍ଷିକ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ | ତେବେ ଏହି ଖର୍ଚ୍ଚ ଭାର ରାଜ୍ୟ ସରକାରଙ୍କ ଉପରେ ଯେପରି ନ ପଡିବ ସେଥିପ୍ରତି ବ୍ୟବସ୍ଥା ହେବ | ଏ ଦିଗରେ ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତା ନିଆଯିବ | ସେମାନଙ୍କ ସହଯୋଗରେ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ଯୋ