ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜ୍ଜନନୀ ମାଆ ଦୂର୍ଗା । ତାଙ୍କ ଆଗମନରେ ପୁରପଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର । ଚାନ୍ଦବାଲି ବ୍ଳକର ବିଭିନ୍ନ ସ୍ଥାନରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଧାମରା ,କଇଥଖୋଲା ପୂଜାମଣ୍ଡପରୁ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଏଠାରେ ପୂଜାପାଉଛନ୍ତି ବାଉଁଶ ପାତିଆରେ ତିଆରି ମାଆଙ୍କ ବିଶାଳ ମୂର୍ତ୍ତି । କେବଳ ମାଆଙ୍କ ମୂର୍ତ୍ତି ନୁହେଁ ଅନ୍ୟ ସବୁ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି, ଅସ୍ତ୍ରଶସ୍ତ୍ର , ଅଳଙ୍କାର ଆଦି ସମସ୍ତ ଜିନିଷ କେବଳ ବାଉଁଶରେ ତିଆରି ହୋଇଛି । ତା ସହିତ ସପ ରେ ତିଆରି ହୋଇଛି ଆକର୍ଷଣୀୟ ତୋରଣ । ବିନା ରଙ୍ଗ , ବିନା ରାସାୟନିକ ପଦାର୍ଥ ବ୍ୟବହାରରେ ପୂଜାକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରିଛନ୍ତି ପୂଜା କମିଟି । ବଙ୍ଗୀୟ ରୀତିନୀତି ଅନୁଯାୟୀ ଏଠାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ କଲିକତାର କାରିଗର ଏହାକୁ ଜୀବନ୍ତ ରୂପ ଦେଇଛନ୍ତି । ମାଆଙ୍କର ଏହି ନିଆରା ମୂର୍ତ୍ତି ଦେଖିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କର ସୁଅ ଛୁଟୁଛି ।