SunStarTV
ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ମା’ଙ୍କ ଆଗମନ ପରେ ସବୁଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହେଇଯାଇଛି। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାଷ୍ଟମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ମଣ୍ଡପ ।
ଦଶହରା ପାଇଁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଲୋକଙ୍କ ଗହଳି ଜମୁଛି । ମନ ଛୁଆଁ ତୋରଣ ଲୋକ ମାନଙ୍କୁ ଆକୃଷ୍ଟ କରୁଛି ।
ପ୍ରତିବର୍ଷ ନିଜ ସନ୍ତାନ ମାନଙ୍କ ପାଇଁ ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ଜଗତଜନନୀ ମା’ ଦୁର୍ଗା। ଏହା ପ୍ରତୀକ ହେଉଛି ସତ୍ୟ ଉପରେ ଅସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ପାପ ଉପରେ ପୁଣ୍ୟର ବିଜୟ।
ତେବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା କମିଟି ବିରୋଧୀ ଦଳ ନେତାଙ୍କୁ ଭେଟି ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଆଜି ରସୁଲୁଗଡ, ଶହୀଦନଗର ଓ ବଡଗଡର ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି।