Sunstar Tv
Sleeping: ଦିନରେ ଖାଇବା ପରେ ନିଦ ଆସିବା ଖୁବ ସ୍ୱାଭାବିକ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆମେ ଅପରାହ୍ନରେ ଖାଦ୍ୟ ଖାଇଥାଉ, ହଜମ ପ୍ରକ୍ରିୟାରେ ରକ୍ତ ସଞ୍ଚାଳନ ବଢିଥାଏ ।
ଏହି କାରଣରୁ, ମସ୍ତିଷ୍କକୁ ବ୍ଲଡ୍ ସପ୍ଲାଏ ହ୍ରାସ ହୋଇପାରେ । ଏହି କାରଣରୁ, ଶୋଇବା ଏବଂ ଥକାପଣର ସମସ୍ୟା ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ ଖାଇବା ପରେ ଶରୀରରେ ଗ୍ଲୁକୋଜର ସ୍ତର ବଢିଥାଏ । ଯେଉଁଥିପାଇଁ ଜଣେ ଅଧିକ ଶୋଇଥାଏ ।
ଏହା ଏକ ସାଧାରଣ ପ୍ରକ୍ରିୟା, ତେଣୁ ଏନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା ଅଭ୍ୟାସ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା ।
ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଅନୁଯାୟୀ, ଆମେରିକାର ପ୍ରାୟ ଏକ ତୃତୀୟାଂଶ ବୟସ୍କ ବ୍ୟକ୍ତି ଅପରାହ୍ନରେ ଶୋଇଥାନ୍ତି । କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ଦିନରେ ଖାଇବା ପରେ ଅଳ୍ପ ସମୟ ଶୋଇବା ପ୍ରଡକ୍ଟିଭିଟି ବଢ଼ାଇବାରେ ସାହାଯ୍ୟ କରିଥାଏ ।
ହେଲେ ଯଦି ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହୁଏ ତେବେ ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ରିପୋର୍ଟରେ କୁହାଯାଇଛି ଯେ ଦିନରେ ଅଳ୍ପ ସମୟ ଶୋଇବା ଶରୀରକୁ ମଧ୍ୟ ଆକ୍ଟିଭ ରଖେ । କିନ୍ତୁ ଏହି ଅଭ୍ୟାସ ଆମ ଶରୀର ଉପର ଖରାପ ପ୍ରଭାବ ପକାଇଥାଏ ତେଣୁ ଯଦି ଆପଣ ମଧ୍ୟ ଦିନବେଳେ ଅଧିକ ସମୟ ଶୋଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯଦି ଆପଣ ଦିନରେ ଅଧିକ ସମୟ ଶୋଇଥାନ୍ତି, ତେବେ ଏହା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଦିନରେ ଅଧିକ ସମୟ ଶୋଉଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଡାଇବେଟିସ, ହୃଦ ରୋଗ ଏବଂ ଡିପ୍ରେସନ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଦିନରେ ଶୋଇବାର ଅର୍ଥ ହେଉଛି ଆପଣ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି, ଯାହା ଅନେକ କ୍ରୋନିକ୍ ରୋଗ ବଢ଼ାଇପାରେ ।
ତେଣୁ, ରାତିରେ ଯଥେଷ୍ଟ ଶୋଇବା ଉଚିତ୍ । ଦିନରେ ଅଧିକ ସମୟ ଶୋଇବା ଦ୍ୱାରା ସ୍ଲୀପିଂ ସାଇକେଲ୍ ବ୍ୟାଘାତ ହୋଇପାରେ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଦିନରେ ହାଲକା ନିଦ ଶୋଇବା ଭଲ ହୋଇପାରେ । ଦିନରେ ୨୦-୩୦ ମିନିଟରୁ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।