SunStarTV
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମସି)ରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା ହୋଇଛି ।
ଆରବିଆଇର ୬ ଜଣିଆ ମନିଟାରୀ ପଲିସି କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ।ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ମୁଦ୍ରା ନୀତିର ସମୀକ୍ଷା ଉପସ୍ଥାପନ କରୁଥିବାବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଅନିଶ୍ଚିତତା ହେତୁ ବଜାରରେ ଦର ଦାମ ମହଙ୍ଗା ରହୁଛି। ସେ କହିଛନ୍ତି ଯେ କ୍ରମାଗତ ଦଶମ ଥର ପାଇଁ ଆରବିଆଇ ବେଞ୍ଚମାର୍କ ସୁଧ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି।ସୂଚନାମୁତାବକ ଶେଷ ଥର ଲାଗି ଗତବର୍ଷ ଫେବ୍ରୁଆରୀରେ ରେପୋ ରେଟକୁ ୬ ଦଶମିକ ୨୫ରୁ ୬ ଦଶମିକ ୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ଯାଙ୍କ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ରେପୋ ରେଟ କଣ। ତେବେ ଆସନ୍ତୁ ଜାଣିବା ରେପୋରେଟ ବିଷୟରେ।
ଯେତେବେଳେ କୌଣଷି ଦେଶର ଯେକୌଣଷି ବ୍ୟାଙ୍କ ଉପରେ ସଂକଟ ଆସେ । ଉକ୍ତ ସମୟରେ ସେହି ବ୍ୟାଙ୍କ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଠାରୁ ଋଣ ଆଣିଥାଏ । ଏହି ଋଣ ନେବା ପାଇଁ ସେହି ବ୍ୟାଙ୍କ ଋଣ ପ୍ରଦାନକାରି ବ୍ୟାଙ୍କ ପାଖରେ ସୁନା ଆଦି ଜିନିଷର ବନ୍ଧକ ରଖି ପଇସା ନେଇଥାଏ । ତେବେ ସେଣ୍ଟ୍ରାଲ ବ୍ୟାଙ୍କ ଏହି ଟଙ୍କା ଦେଇ ସୁଧ ଆଣିଥାଏ । ଏହି ସୁଧକୁ ରେପୋ ରେଟ କୁହାଯାଏ । ରେପୋ ରେଟ୍ ବଢିଲେ ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।