ଘରେ ଘରେ କୁଟିର ଶିଳ୍ପ ପାଲଟିଛି ଚୋରା ବେଆଇନ ବାଣ କାରଖାନା । ବାରମ୍ବାର ଅଘଟଣ ସହ ଚଢାଉ ପରେ ବି ଚାଲିଛି ଏ ବେଆଇନ କାରଖାନା। କଟକ ଜିଲ୍ଲାରେ ନୂଆ ଗ୍ରାମାଞ୍ଚଳ ଏସ୍ପି ଭାବେ ପ୍ରତିକ ସିଂ ଙ୍କ ଯୋଗଦାନ ପରେ ଆକ୍ସନ ମୋଡରେ ତିଗିରିଆ ପୋଲିସ । ବେଆଇନ ବାଣ କାରଖାନା ଭାବେ ପରିଚିତ କଟକ ଜିଲ୍ଲାର ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗାଁରେ ଚଢାଉ । ପୁରୁଣା ତିଗିରିଆ ରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରିବା ସହ ବାଣ ତିଆରି କରୁଥିବା ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ତିଗିରିଆ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ତିଗିରିଆ ଗାଁର ସନ୍ତୋଷ ପାତ୍ର ଏବଂ ସୁବାଷ ବେହେରା। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଠଗଡ଼ ଏସ ଡି ପି ଓ ରବିନ୍ଦ୍ର କୁମାର ମଲ୍ଲିକ। ପୂର୍ବରୁ ତିନିଦିନ ତଳେ ସେହି ଗାଁରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତିଗିରିଆ ପୋଲିସ।