ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଥାଉକି ପନ୍ଦର କଟା ଗ୍ରାମର ହରେକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ସୁଭଦ୍ରା ପାତ୍ର (୨୫) ତାଙ୍କର ଦୁଇଟି ଝିଅ, ବଡ଼ଝିଅ ସାଇସ୍ମୀତା ୪ ବର୍ଷ ଓ ସାନ ଝିଅ ସାଇସ୍ୱପ୍ନା ୯ ମାସର। ସୁଭଦ୍ରା ଦୁଇ ଝିଅକୁ ତାଙ୍କର ବାରିପଟ ପୋଖରୀରେ ଫୋପାଡି ଦେଇ ବାଉଁଶ ଗଛରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମର ଲୋକମାନେ ସୁଭଦ୍ରାଙ୍କୁ ରସି ସହିତ ଗଛରୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ମା ଓ ସାନ ଝିଅକୁ ପୋଷ୍ଟମର୍ଟମ ରିପୋର୍ଟ କରିଥିଲେ। ଅପରପକ୍ଷରେ ଝିଅର ବାପଘର ଲୋକ ଝିଅକୁ ଶାଶୁଘର ଲୋକ ମାରିଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ ଓ କୁଜଙ୍ଗ ଆଇଆଇସି ରଶ୍ମିରଞ୍ଜନ ଦାଶ ସୋମବାର ରାତ୍ରରେ ପନ୍ଦରକଟା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ମା ଦୁଇ ଝିଅକୁ ପୋଖରୀରେ ଫୋପାଡି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ତିର୍ତ୍ତୋଲ ଏସ୍ଡିପିଓ ଓ କୁଜଙ୍ଗ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦୁଇଜଣ କନେଷ୍ଟବଳ ପନ୍ଦରକଟା ଗ୍ରାମରେ ରାତିସାରା ଡେଡବଡିକୁ ଜଗି ରହିବା ସହିତ ବାଉଁଶ ସାହାଯ୍ୟରେ ପୋଖରୀରୁ ଖୋଜାଖୋଜି କରିଥିଲେ। ଆଜି ମଙ୍ଗଳବାର ସକାଳେ ୧୦ ଘଟିକା ସମୟରେ ଏରସମା ଅଗ୍ନିସମ ବାହିନୀ ତାଙ୍କ ବାରିପଟ ପୋଖରୀରୁ ୪ ବର୍ଷର ବଡ଼ଝିଅକୁ ଲୁହା କଣ୍ଟାକୁ ରସିରେ ଲଗାଇ ପୋଖରୀରୁ ଖୋଜାଖୋଜି କରି ୪ ବର୍ଷର ଝିଅ ଉଦ୍ଧାର କରିଥିଲେ।। ସୁଭଦ୍ରାଙ୍କ ସ୍ୱlମୀ ହରେକୃଷ୍ଣ ଘରେ ନଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯିବାରୁ ଚଟୁଆ ପଞ୍ଚାୟତରେ ଶୋକରେ ଛାୟା ଖେଳିଯାଇଛି।