SunstarTV
ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବଙ୍କୁ ସମେତ ୯ ଜଣଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡ ସହିତ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେପଟେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କ ପାସପୋର୍ଟ ସମର୍ପଣ କରିବାକୁ କହିଛନ୍ତି।
ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଆଜି ସକାଳୁ ଲାଲୁଙ୍କ ପୂରା ପରିବାର କୋର୍ଟରେ ହାଜର ହୋଇଥିଲା। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ବିନା ଅନୁମତିରେ କେହି ଦେଶ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ତେଜ ପ୍ରତାପ ଯାଦବ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ।
ଅଗଷ୍ଟ ୬ରେ ଅଭିଯୁକ୍ତଙ୍କ ବିରୋଧରେ ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଥିଲା। ସେଥିମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋର୍ଟ ଇଡ଼ି କହିଥିଲା ଯେ ଲାଲୁଙ୍କ ବଡ଼ ପୁଅ ମଧ୍ୟ ଏହି ସ୍କାମରେ ଜଡିତ ଥିବା ଜଣାପଡିଛି। ଏଥିପାଇଁ ତାଙ୍କ ପ୍ରଥମ ଥର ହାଜର ହେବାକୁ ସମନ ଜାରି କରାଯାଇଥିଲା।
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯଥା ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି। ଇଡି ଦ୍ବାରା ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍କୁ ଗ୍ରହଣ କରି କୋର୍ଟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।