ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ଫାଇନାଲ ମ୍ୟାଚରେ ବରଗଡ ୩-୦ ଗୋଲରେ ମୟୁରଭଞ୍ଜ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ବରଗଡ ଦଳର ରାଜୁ ଭାନ ୧୪ ମିନିଟରେ, ପ୍ରଭାସ ଗଣ୍ଡସେନା ୩୧ ମିନିଟରେ ଓ ଚନ୍ଦ୍ର ମୁର୍ମୁ ୯୧ ମିନିଟରେ ଗୋଲ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ଓ ନାଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ନବ ଚରଣ ମାଝୀ, ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନ, ଫାଓର ସାଧାରଣ ସମ୍ପାଦକ ଡଃ ଆଶୀର୍ବାଦ ବେହେରା ଅସିତ ପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ,ଆର କେ ଫାଉଣ୍ଡେସନର ନିର୍ଦ୍ଦେଶକ ଅମର ସେଠୀ ତାଙ୍କ ପିତାମାତାଙ୍କ ସ୍ମୃତିରେ ୫ ହଜାର ପ୍ରତ୍ସାହନ ରାଶି ଅତିଥିଙ୍କ ହାତରେ ପ୍ରଦାନ କରି ପୁରସ୍କୃତ କରିଥିଲେ I ତତସହିତ ବାରିପଦା ପୌରପାଳିକା ତରଫରୁ ୫୦ ହଜାର ଓ ଭଞ୍ଜସେନା ତରଫରୁ ୩୦ ହଜାର ଓ ମାନ୍ୟବର ସାଂସଦଙ୍କ ତରଫରୁ ୩୦ ହଜାର ପ୍ରତ୍ସାହନ ରାଶି ପ୍ରଦାନ କରାଯାଇ ମୟୁରଭଞ୍ଜ ଦଳକୁ ଉତ୍ସାହିତ କରାଯାଇଥିଲା I ମୟୁରଭଞ୍ଜ କ୍ରୀଡାର ବିକାଶ ପାଇଁ ଜୀବନ ତମାମ ପ୍ରଚେଷ୍ଟା କରିଥିବା ୭ ଜଣଙ୍କୁ ସ୍ମୃତି ସମ୍ମାନ ତଥା ବର୍ତ୍ତମାନର ବରିଷ୍ଠ ୧୫ ଜଣ ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ,ଶେଷରେ ସାହାଣୀ କପ ୨୦୨୪ କୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସାହାଯ୍ୟ କରିଥିବା ସମସ୍ତଙ୍କୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I