ସାଧାରଣ ନିର୍ବାଚନ ଯିବାର କିଛି ମାସ ହେଇନି ରାଜକନିକା ବିଜେପି ରେ ଗୋଷ୍ଠି କନ୍ଦଳ ର ଫାଟ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି | ସଦସ୍ୟତା ଅଭିଯାନ ନାଁ ରେ ଦୁଇ ବିଜେପି ନେତା ଗୋଟିଏ ସମୟରେ ଭିନ୍ନ ଭିନ୍ନ ଜାଗାରେ ସଭା କରି ନିଜର ପତିଆରା ଜାହିର କରିବା ପାଇଁ ଭୀଷଣ ବଳ କସାକସି ହୋଇଥିବା ଦେଖିବାକୁ ମିଳିଛି.ଏହି ଘଟଣା କୁ ନେଇ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି. ସୂଚନା ଥାଉକି କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ବକୁ ନେଇ ଟଣା ଓଟରା ଚାଲିଥିବା ବେଳେ , ଏହାକୁ ନେଇ ଏକ ରୋଚକ ପରିସ୍ଥିତି ଦେଖିବାକୁ ମିଳିଛି । ରାଜକନିକା ବ୍ଲକ ର ୨୯ ନଂ ଜୋନ ରେ ବିଜେପି ସଦସ୍ୟତା ଅଭିଯାନ ନାଁ ରେ ଆଳି ର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଜିଲ୍ଲା ବିଜେପି ଉପସଭାପତି ତଥା ଆଳି ନିର୍ବାଚନ ମଣ୍ଡଳୀ ନେତା କୃଷ୍ଣଚନ୍ଦ୍ର ପଣ୍ଡା ଦୁଇଟି ଜାଗାରେ ଦୁଇଟି ସାମନ୍ତରାଳ ସଭା କରିଛନ୍ତି l ଏହି ଘଟଣା କୁ ନେଇ ଆଳି ନିର୍ବାଚନ ମଣ୍ଡଳୀ ର ରାଜକନିକା ବ୍ଲକରେ ବିଜେପି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି l ରାଜକନିକା ବ୍ଲକର ୨୯ନଂ ଜୋନ ର ଜୟନଗର ବଜାର ରେ ପୂର୍ବକନିକା ଠାରେ ସାଙ୍ଗଠନିକ ସଭା ଓ ସଦସ୍ୟତା ଅଭିଯାନ ନାଁ ରେ ଏକ ସଭା କରାଯାଇଥିଲା l ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଳି ର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଯୋଗଦେଇ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରି ଆଗାମୀ ଦିନରେ ନେତୃତ୍ଵ ସଙ୍କଟକୁ ସୁଧାରିବା ଦିଗରେ ଆଲୋକପାତ କରିବା ସହ ସଦସ୍ୟତା ଅଭିଯାନ କରିଥିଲେ l ଆଳି ନିର୍ବାଚନ ମଣ୍ଡଳି ରେ ନେତୃତ୍ୱ ନେଉଥିବା ନେତା କର୍ମୀମାନଙ୍କୁ ଉପେକ୍ଷିତ କରିଛନ୍ତି ବୋଲି ନେତାମାନେ କହିଥିଲେ ହିପରି ନହୁଲିଆ ଛକ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବିଧାୟକ ପାର୍ଥୀ ତଥା ଜିଲ୍ଲା ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ସଦସ୍ୟତା ଅଭିଯାନ ସଭା ଆୟୋଜନ କରିଥିବା ବେଳେ ୨୯ନଂ ଜୋନ ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ବିଧାନସଭା ପରିଚାଳନା କମିଟି ଅଧକ୍ଷ ଅନନ୍ତ ନାରାୟଣ ରଥଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭା ସଦସ୍ୟତା ଅଭିଯାନର ପ୍ରଭାରୀ ସତ୍ୟବାଦୀ ଚଇନି ଯୋଗଦେଇ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ତ୍ଵରାନିତ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ ଦେଇ ଦଳକୁ ସଶକ୍ତ କରିବାରେ ସଦସ୍ୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନକରେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଆଳି ବିଧାନସଭା ପ୍ରଭାରୀ ମିହିର କୁମାର ସାମଲ । କହିଥିଲେ ଦଳରେ ରହି ଦଳବିରୋଧ କାର୍ଯ୍ୟରେ ଲିପ୍ତ ରହିଲେ ସେମାନଙ୍କୁ କ୍ଷମା ମିଳିବନି । ବେଳହୁଁ ସାବଧାନ ହେବାକୁ ଚେତାବନୀ ଦେଇଥିଲେ । ଅନ୍ୟ ଗୋଟେ ମଞ୍ଚରେ ପୂର୍ବତନ ବିଧାୟକ ଦୋଳଗୋବ ନାୟକ ଙ୍କ face value ରେ ସଂଗଠନ ଏଠାରେ ଚାଲୁଛି ବୋଲି ମତ ରଖିଛନ୍ତି l ଏହା କଣ ବିଜେପି ଦଳ ର ନୀତି ଆଦର୍ଶ l ଆଜିର ଘଟଣା କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମି ଦିନରେ ଆଳି କନିକା ର ବିଜେପି କର୍ମୀଙ୍କ ମନରେ ନେତୃତ୍ୱ କୁ ନେଇ ଛନକା ଘାରିଛି l ତେବେ ଦେଖିବାକୁ ବାକି ରହିଲା ବିଜେପି ର ଏହି କ୍ଷମତା ର ଚକାପଞ୍ଝା ଖେଳରେ କାହାର ପଲ୍ଲା ଭାରି ପଡୁଛି