ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଓଜନ ଧ୍ରୁତ ଗତିରେ ବଢିବା ସହ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ | ହେଲେ ଆମର ଧାରଣା ଭୁଲ | ଶାସ୍ତ୍ର ଅନୁଯାୟୀ ଘିଅ ଖାଇଲେ ମୋଟାପଣ ଦୂର ହେବାସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ | ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ଫାଇଦା ସମ୍ପର୍କରେ ….
ମୋଟାପଣ ଦୂର କରେ : ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣ ରୁ ମୁକ୍ତି ହୁଏ | ଗୁଆଘିଅରେ କୋଲେଷ୍ଟୋରଲ
ନ ଥାଏ, ବରଂ ଏହା ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜିମ କୁ ବଢାଇବାରେ ସାହାଯ୍ୟ କରିଥାଏ | ଓ ହର୍ମୋନ କୁ ସନ୍ତୁଳନ ରଖିଥାଏ |
ଦେଶୀ ଘିଅରେ ଭିଟାମିନ-ଏ , ଭିଟାମିନ-କେ, ଭିଟାମିନ-ଇ ପରି ପୋଷକ ତତ୍ତ୍ୱ ଭାରି ରହିଥାଏ | ଏହା ଯୋଗୁ ଶରୀରରେ ହର୍ମୋନ ତିଆରି ହେବ ସହ ସନ୍ତୁଳିତ ଅବସ୍ଥାରେ ଥାଏ | ଏଥି ନିମନ୍ତେ ଗର୍ଭବତୀଙ୍କ ସମେତ ପ୍ରସବ ପରେ ମଧ୍ୟ ମହିଳାଙ୍କୁ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଇଥାଏ |
କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି : ଗୁଆ ଘିଅ ଶରୀର ପାଇଁ ବହୁତ ହିତକର ହୋଇଥାଏ | ଏହାକୁ କହିବା ଦ୍ୱାରା କୋଷ୍ଠ କାଠିନ୍ୟ ଭଳି ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ | ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ,ଦେଶୀ ଘିଅ ଶରୀରରେ ଥିବା ପିତ୍ତ କୁ ବାହାର କରି ଦେଇଥାଏ | ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଅତି ସହଜରେ ବାହାରି ଯାଇଥାଏ |
ହାଡ ଶକ୍ତ ହୋଇଥାଏ : ଘିଅରେ ଭରପୁର ମାତ୍ରାରେ ଭିଟାମିନ କେ-୨ ରହିତହେଏ | ଏଥିରେ କ୍ୟାଲସିୟମ ମାତ୍ରା ବୃଦ୍ଧି ପାଇଥାଏ | ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଥିରେ ଏଭଳି କିଛି ଉପାଦାନ ରହିଛି ଯାହା ହାଡ ପାଇଁ ଆବଶ୍ୟକ ତରଳ ପର୍ଦାଥ ତିଆରି କରିଥାଏ | ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଗଣ୍ଠି ମଜବୁତ ହୋଇଥାଏ |
ତ୍ୱଚା ଏବଂ କେଶ ପାଇଁ ବି ଲାଭଦାୟକ: ଦେଶୀ ଘିଅକୁ ନିୟମିତ ଭାବେ ଫେସ ମସାଜ କରିବା ଦ୍ୱାରା ତ୍ୱଚା ଚମକଦାର ଦେଖାଯାଇଥାଏ | ଏହା ଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଯାଇଥାଏ | ମୁଣ୍ଡରେ ମଧ୍ୟ ଆପଣ ଏହାକୁ ଲଗାଇ ଭରପୁର ଫାଇଦା ପାଇପାରିବେ |