ନିଜକୁ ସୁସ୍ଥ ରଖିବା ପାଇଁ ଲୋକେ ଗଜା ମୁଗ ସେବନ କରନ୍ତି | ଏହି ଖାଦ୍ୟ ଶରୀରରେ ପୋଷକ ତତ୍ୱର ଅଭାବକୁ ଦୂର କରିଥାଏ | ଯଦି ଆପଣ ମୁଗ ଡାଲିକୁ ଭିଜାଇ ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ଏଥିରେ କେବଳ ଓଜନ କମିନବନି ବରଂ ଅନେକ ରୋଗ ଦୂର ହେବ | ସକାଳ ସମୟରେ ପ୍ରତିଦିନ ଗୋଟିଏ ଗିନା ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ନିରୋଗ ରହିବ |
ଆସନ୍ତୁ ଜାଣିବା ଭିଯାଯାଇଥିବା ମୁଗ ଡାଲିର ସେବନ କରିବାରେ ଆପଣଙ୍କୁ କେଉଁ କେଉଁ ଲାଭ ମିଳିବ …
ଓଜନ ହ୍ରାସ : ଯଦି ଆପଣ ବଢ଼ିଯାଇଥିବା ଓଜନକୁ କମାଇବାକୁ ଚାହୁଁଛନ୍ତି ତେବେ ଭିଜାଯାଇଥିବା ମୁଗ ଡ଼ାଲି ଏଥିରେ ଥିବା ପ୍ରୋଟିନ ଏବଂ ଫାଇବର ମେଟାବୋଲିଜିମକୁ ଫାଷ୍ଟ କରିଥାଏ | ଯାହା ଭୋକ ଲାଗିବାକୁ ଦେଇନଥାଏ |ଏହି କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଓଜନକୁ ହ୍ରାସ କରିଥାଏ |
ପାଚନରେ ଲାଭଦାୟକ : ଭିଜାଯାଇଥିବା ମୁଗ ଫାଇବର ସହ ଭରପୁର ହୋଇଥାଏ , ତେବେ ଯଦି ଆପଣ ଖାଦ୍ୟକୁ ଖୁବ ଶୀଘ୍ର ହଜମ କରିପାରୁନାହାନ୍ତି ଏବଂ ଲଗାତାର କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଗଜା ମୁଗ ଖାଆନ୍ତୁ |