Sunstar Tv
Akkineni Nagarjuna: ବେଆଇନ ଜମି ମାଡ଼ିବସିବା ଘଟଣାରେ ତେଲଗୁ ମେଗା ଷ୍ଟାର ନାଗାର୍ଜୁନ ଅକିନେନୀଙ୍କ ବିରୋଧରେ ଥାନାରେ ମାମଲା ହୋଇଛି।
NGO ସଂସ୍ଥା ଜନମ କୋସାମ ମନସାକ୍ଷୀ ଫାଉଣ୍ଡେସନର ସଭାପତି କାସିରେଡି ଭାସ୍କରା ରେଡ୍ଡୀ ନାଗାର୍ଜୁନଙ୍କ ବିରୋଧରେ ହାଇଦ୍ରାବାଦର ମାଧପୁର ଥାନାରେ ଅଭିଯୋଗ କରିଛନ୍ତି।
ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଗଷ୍ଟ ମାସରେ ଭଙ୍ଗାଯାଇଥିବା ଏନ କନଭେନସନ୍ ସେଣ୍ଟରକୁ ନାଗାର୍ଜୁନ ବେଆଇନ ଭାବେ ନିର୍ମାଣ କରାଇଥିଲେ। ଯେଉଁ ଜମିରେ ଏହା ତିଆରି କରାଯାଇଥିଲା ତାହାର ମୂଲ୍ୟ ଶହ ଶହ କୋଟି ଟଙ୍କା ହେବ ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ବିବାଦୀୟ ଜମି ଫୁଲ୍ ଟ୍ୟାଙ୍କ୍ ଲେଭଲ୍ (FTL) ଏବଂ ଥାମିଡିକୁଣ୍ଟା ହ୍ରଦର ବଫର୍ ଜୋନ୍ ମଧ୍ୟରେ ରହିଛି। ରେଡ୍ଡୀଙ୍କ ଅଭିଯୋଗ ଅନୁସାରେ, ଅଭିନେତା ଅନେକ ବର୍ଷ ଧରି ବେଆଇନ ଭାବେ ଦଖଲ କରିଥିବା ଜମିରୁ ରାଜସ୍ୱ ଆଦାୟ କରୁଥିଲେ।
ଏପରି କରି ସେ ନିୟମର ଉଲ୍ଲଂଘନ କରିଥିବାରୁ ନାଗାର୍ଜୁନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରିବାକୁ ଶ୍ରୀ ରେଡ୍ଡୀ ଅଭିଯୋଗରେ ଦର୍ଶାଇଛନ୍ତି।
ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନା ଥାଉକି ନାଗାର୍ଜୁନଙ୍କର ଏନ୍ କନଭେନସନ ସେଣ୍ଟରରେ ବିଭିନ୍ନ କର୍ପୋରେଟ ମହୋତ୍ସବ ଓ ମିଟିଂ, ବିବାହ ଆଦି ବଡ଼ ବଡ଼ କାର୍ଯ୍ୟ ହେଉଥିଲା। ଏଥିରେ ଖୁବ୍ ଆୟ ହେଉଥିଲା।
ସୂଚନା ଥାଉକି ହାଇଦ୍ରାବାଦ ବିପର୍ଯ୍ୟୟ ମୁକାବିଲା ଏବଂ ସମ୍ପତ୍ତି ପରିଚାଳନା ଏବଂ ସୁରକ୍ଷା (HYDRAA) ଏଜେନ୍ସି ଅଗଷ୍ଟ ୨୪ ତାରିଖରେ ଅଭିନେତା ଆକକିନେନି ନାଗାର୍ଜୁନଙ୍କ ସମ୍ପତ୍ତି ଏନ କନଭେନସନ୍ ଉଚ୍ଛେଦ କରିଥିଲା ଜଳସେଚନ ଏବଂ ସର୍ବସାଧାରଣ ଜମିରେ ବେଆଇନ ନିର୍ମାଣକୁ ହଟାଇବା ପାଇଁ ଚାଲିଥିବା ଅଭିଯାନ ଏହାକୁ ଭଙ୍ଗାଯାଇଥିଲା।