ପିଜୁଳି ଗୋଟିଏ ଏଭଳି ଯାହାକୁ ଖାଇବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ, ଏହାଛଡା ଏହାର ପତ୍ର ମଧ୍ୟ ଅନେକ ଗୁଡି଼ପୋସ୍କ ତତ୍ତ୍ୱରେ ଭରପୁର ଅଟେ lକିନ୍ତୁ ଆପଣ ଜାଣିଛନ୍ତି କି ପିଜୁଳି ଭଳି ପିଜୁଳି ପତ୍ର ମଧ୍ୟ ଅନେକ ଗୁଣକାରୀ l ଯାହାକି ଆପଣଙ୍କୁ ନିରୋଗୀ ଓ ସୁସ୍ଥ ରଖିଥାଏ lମଧୁମେହ ପାଇଁ ରାମବାଣ ପିଜୁଳୀପତ୍ର –
ପିଜୁଳି ପତ୍ରରେ ଟେନିନ ଓ ପୋଲିଫେନଲସ ଭଳି କେମିକାଲଶ ରହିଥାଏ, ଯାହା ମଧୁମେହ ସମସ୍ୟା କୁ ଦୂର କରିଥାଏ l ଆୟୁର୍ବେଦ ଅନୁସାରେ ପିଜୁଳି ପତ୍ର ନିୟମିତ ସେବନ କରିବା ଦ୍ୱାରା ଇନ୍ସୁଲିନ ସ୍ତର ରେ ସୁଧାର ଆସିଥାଏ l
କେଶ ପାଇଁ ଅତି ଉତ୍ତମ –
ଯଦି ଆପଣ ନିୟମିତ ପିଜୁଳି ପତ୍ରକୁ ସିଝାଇ ଏହାର ପାଣି କୁ କେଶ ମୂଳରେ ଲଗାଇ ଧୋଇବେ ତେବେ ରୁପି ସମସ୍ୟା ଦୂର ହେବ l ଏହା ଗୋଟିଏ ଆଣ୍ଟି ଡାନଡ୍ରଫ ଉପଚାର ଅଟେ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଭରପୁର ମାତ୍ରାରେ ରହିଛି l– ଯଦି ଆପଣ ସର୍ଦି କାସାରେ ପୀଡିତ ଅଛନ୍ତି ତେବେ ନିୟମିତ ଭାବରେ ପିଜୁଳି ପତ୍ର ରେ କାଢା ପ୍ରସ୍ତୁତ କରି ସେବନ କରନ୍ତୁ l ଏଥିରେ ଥିବା ଭିଟାମିନ ସି ଓ ଆଇରନ କେଶ ଓ ତ୍ୱଚା ପାଇଁ ମଧ୍ୟ ଖୁବ ଉପଯୋଗୀ ଅଟେ l– ହାର୍ଟ କୁ ସୁରକ୍ଷା ଦେଇଥାଏ –
ପିଜୁଳି ପତ୍ର ହାଇ କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l କୋଲେଷ୍ଟ୍ରଲ ସ୍ତର ଠିକ ରହିବା ଦ୍ୱାରା ହୃତ ପିଣ୍ଡ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l ଏଥିରେ ପୋଟାସିଆଁ ସ୍ତର ଖୁବ ଭଲ ମାତ୍ରାରେ ରହିଥାଏ l