ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଜିଲ୍ଲା ଚାରିଛକ ଥାନା ଅଧିକାରିଣୀ ମମତାରାଣୀ ବିଶ୍ଵାଳ କହିଛନ୍ତି ।ପାର୍ବଣ ଋତୁରେ ଜନଗହଳି କୁ ଆଖି ଆଗରେ ରଖି ପରିସ୍ଥିତିରେ ସୁଧାର ଆଣିବାକୁ ଚାରିଛକ ଥାନା ଅଧିକାରୀଣୀ ମମତା ବିଶ୍ଵାଳ ବ୍ୟାପକ ପଦକ୍ଷେପ ନେଇଛନ୍ତି ।ଅପରାଧ ଦମନ ,ଅପରାଧୀ ମାନଙ୍କୁ ଗିରଫ,କରାଯିବା,ଚୋରା ମାଦକ ଦ୍ରବ୍ଯ କାରବାରକୁ ଦୃଢ଼ ଭାବେ ପ୍ରତିହତ କରିବା ଆଗାମୀ ଦୁର୍ଗା ପୂଜା ,କାଳୀପୂଜା ଗଜଲକ୍ଷ୍ମୀ ପୂଜା ଭସାଣୀ ବେଳେ ଡିଜେ ନ ବଯାଇବାକୁ , ବାଣ ନ ଫୁଟାଇବାକୁ କଡା କଟକଣା ଜାରି କରାଯାଇଛି ।ଟ୍ରାଫିକ ସମସ୍ୟା ସୃଷ୍ଟି ନ କରିବାକୁ ବଜାରରେ ପୋଲିସ ମୃତୟନ୍ ବ୍ୟବସ୍ଥା କରାଯାଇଛି ।ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ଉପରେ ବେ ଆଇ ନ ଭାବେ ଯାନ ବାହନ ପାର୍କିଂ ନ କରିବାକୁ ଗାଡ଼ି ଚାଳକ ମାନଙ୍କୁ ପରାମର୍ଶ ଦିଆ ଯାଇଛି ।ପୋଲିସ ପକ୍ଷରୁ ଯାନ ବାହନ ଯାଞ୍ଚ ପକ୍ରିୟାକୁ କଡାକଡି କରାଯାଇଛି ।ଯଦି କେହି କଟକଣାକୁ ଉଲ୍ଲଘଂନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ନିଶା ସେବନ କାରୀ ଗାଡ଼ି ଚାଳକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଥାନା ଅଧିକାରୀ ମମତା ବିଶ୍ଵାଳ କହିଛନ୍ତି ।ମମତା ଥାନାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଚାରିଛକ ମୁଖ୍ୟ ବଜାରରେ ଦୀର୍ଘଦିନ ଧରି ଲାଗିରହି ଥିବା ଟ୍ରାଫିକ ସମସ୍ୟାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ବେଳେ ଚୋରି,ରାହାଜାନୀ,ଡ଼କାୟତି ଆଦି ସମସ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହୋଇ ପାରିଛି ବୋଲି ବଜାର କମିଟି ସଭାପତି ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।ଅନେକ ଚୋରା ନିଶା ବେପାରୀ, ଗୋ ଚାଲାଣ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା।ସେହି ପରି ମୁଖ୍ୟ ବଜାରରେ ଚୋରକୁ ଗୋଡେଇ ଗୋଡେଇ ଧରିବା ସେ ସମୟରେ ମମତାଙ୍କୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାକୁ ଆଣିଥିଲା।ମମତା ନିଜର ସଠିକ୍ କାର୍ଯ୍ୟଶୈଳୀ ଯୋଗୁ ଅନେକ ସମୟରେ ଚର୍ଚ୍ଚାରେ ରହିବା ସହିତ ଅଞ୍ଚଳ ବାସୀଙ୍କ ନିକଟତର ହୋଇପାରିଥିଲେ। ଦ୍ବିତୀୟ ଥର ପାଇଁ ମମତା ପୁଣି ନିଜର କାର୍ଯ୍ୟଦକ୍ଷତା ବଳରେ ଚାରିଛକ ଅଞ୍ଚଳ ସମସ୍ୟାର ସମାଧାନ କରିବେ ବୋଲି ଯୁବ ନେତା ଶିଶିର ନାୟକ ରମା ରମଣ ଦେବ ପାତ୍ର ଅରକ୍ଷିତ ଭୋଇ ପ୍ରକାଶ ସାହୁ ଟିକିନା ସାହୁ ମହେନ୍ଦ୍ର ମହାପାତ୍ର ସୂର୍ଯ୍ୟ ନାରାୟଣ ପରିଡ଼ା ବାବୁଲି ବାରିକ ପ୍ରଶାନ୍ତ ବେହେରା ସମେତ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।