କେନାଲ ପାଣି ଯୋଗାଣ ଦାବୀ ରେ ଧର୍ମଗଡ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟା ରୁ ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଚଳିତବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି । ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି । ପାଣି ଯୋଗାଇ ନଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ । ଫଳରେ ଚାଷୀ ରୋଜଗାର ହରାଇବା ସହ ଋଣ ପରିଷୋଧ ଓ ପରିବାର ପରିଚାଳନା କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ଚାଷୀ। ଯାହାକୁ ନେଇ ସ୍ଥାନୀୟ ଚାଷୀମାନେ ତେଲିପଳାସ ଡିଷ୍ଟ୍ରିବୂଟାରି ପର୍ଯ୍ୟନ୍ତ ଜଳ ଯୋଗାଣ ଦାବୀ ରେ ରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଘଟଣା ସ୍ଥଳକୁ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ sdo ଆସି ପ୍ରତିଶୃତି ନ ଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରୀ ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି।