SunStarTV
ଭୋଟ ଦେଉଛି ହରିଆଣା। ଆଜି ହରିଆଣାରେ ବିଧାନସଭା ନିର୍ବାଚନ। ୯୦ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେଇ ଯାଇଛି । ହରିଆଣାର ୯୦ ବିଧାନସଭା ଆସନ ପାଇଁ ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ।୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି।
ଦେଖିବାକୁ ଗଲେ ଚଳିତ ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ହରିଆଣା ହାତେଇବାକୁ ଉଦ୍ୟମ କରିଛି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।’
ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୨୦ ହଜାର ୬୩୨ ପୋଲିଂ ବୁଥ୍ କରାଯାଇଛି। ସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଏଥର ହରିଆଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଲଢ଼େଇ ହେଉଛି। ଭୋଟିଂ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।