Sunstar Tv
Bottle Gourd Benefits: ବିଭିନ୍ନ ପରିବା ଶରୀର ପାଇଁ କେତେ ଉପକାରୀ ହୋଇଥାଏ ? କେଉଁ କେଉଁ ପରିବା ଖାଇବା ଶରୀର ପାଇଁ ଭଲ ? ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ସେମିତି ଏକ ପରିବା ବିଷୟରେ ଜାଣିବ…
ସବୁଜ ପାରିବା ସ୍ୱାସ୍ଥ୍ୟ କର ହୋଇଥାଏ । ସବୁଜ ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇନଥାଏ । ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ । ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ ଅନ୍ୟତମ ।
ଲାଉରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଲାଉ ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ । ଲାଉ ହୃଦ୍ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ । ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ । ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ ଖାଇବା ଦରକାର । ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ ।
ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ପୁରା ସମାନ ହୋଇଥାଏ । କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ ମଧ୍ୟ କମ୍ ହୋଇଥାଏ । ତେବେ ଏହାର ମଞ୍ଜି କେତେ ଉପକାରୀ ଆପଣ ଜାଣିଛନ୍ତି କି ?
ଏହାର ମଞ୍ଜି ମଧ୍ୟ ବେଶ୍ ଉପକାରୀ । ଏହାର ମଞ୍ଜିର ତେଲକୁ ବ୍ୟବହାର କଲେ ମୁଣ୍ତବିନ୍ଧା କମ୍ ହୋଇଥାଏ । ଏଥିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ୍ ଏବଂ ମାଙ୍ଗାନିଜ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।
ଲାଉରେ ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ । ଏହାକୁ ଆପଣ ଓଜନ ହ୍ରାସ ଡଏଟ୍ରେ ମଧ୍ୟ ସାମିଲ୍ କରିପାରିବେ । ଲାଉ ଜୁସ୍ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍ ପିଇପାରିବେ ।
ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ ଖାଇବା ଅଭ୍ୟାସ କରନ୍ତୁ । ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ ।
ତ୍ୱଚାର କୁଞ୍ଚନ ଦୂର କରିବାରେ ଲାଉ ଜୁସ୍ ସାହାଯ୍ୟ କରେ । ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ । ଫଳରେ ତ୍ୱଚାରେ ଚମକ ଆସେ ।
ଲାଉରେ ଭିଟାମିନ୍, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ । ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ । ଏଣୁ ପ୍ରତିଦିନ ଲାଉ ଜୁସ୍ ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।