ଆଞ୍ଚଳିକ ଭାଷାକୁ ନେଇ ବଡ଼ ନିଷ୍ପତ୍ତି । ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା । ମରାଠୀ, ପାଲି, ପ୍ରକୃତି, ଆସାମୀ ଓ ବଙ୍ଗଳା ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଛି । ପୂର୍ବରୁ ୨୦୧୪ ଫେବୃଆରି ୨୦ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ତା ପୂର୍ବରୁ ୫ଟି ଭାଷା ତାମିଲ, ସଂସ୍କୃତ, ମାଲାୟଲମ, ତେଲଗୁ ଓ କନ୍ନଡକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଥିଲା ।
ତେବେ ଭାରତରେ ଏକ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା ପାଇଁ କିଛି ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ଆସନ୍ତୁ ଜାଣିବା ସେସବୁ କଣ ।
ପ୍ରାଚୀନତା:- ଭାଷାର ପ୍ରାଚୀନତା ଅତି କମରେ ୧୫୦୦ରୁ ୨୦୦୦ ବର୍ଷ ପୁରୁଣା ହେବା ଉଚିତ୍ । ଏହି ସମୟ ମଧ୍ୟରେ ଭାଷାର ସାହିତ୍ୟିକ ଓ ସାଂସ୍କୃତିକ ବିକାଶ ହୋଇଥାଇପାରେ।
ସ୍ବତନ୍ତ୍ର ସାହିତ୍ୟ ପରମ୍ପରା:- ଉକ୍ତ ଭାଷାରେ ଏକ ସ୍ବତନ୍ତ୍ର ସାହିତ୍ୟ ପରମ୍ପରା ରହିବା ଉଚିତ, ଯାହା ପ୍ରାଚୀନ ସାହିତ୍ୟ ଭାବରେ ଉପଲବ୍ଧ ହେଉଥିବ ଏବଂ ଅନ୍ୟ ଭାଷାଠାରୁ ମୌଳିକ ଭାବରେ ଭିନ୍ନ ଥିବ।
ସମୃଦ୍ଧ ସାହିତ୍ୟ ଐତିହ୍ୟ:- ଏହି ଭାଷାରେ ପର୍ଯ୍ୟାପ୍ତ ପରିମାଣର ପ୍ରାଚୀନ ସାହିତ୍ୟ ରହିବା ଆବଶ୍ୟକ, ଯେଉଁଥିରେ ଉଚ୍ଚମାନର ସାହିତ୍ୟିକ, ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱ ଥିବା ଗୁରୁତ୍ୱପୂର୍ଣ୍ଣ କୃତି ରହିଛି।
ପ୍ରାଚୀନ ଏବଂ ଆଧୁନିକ ରୂପର ପାର୍ଥକ୍ୟ:- ଭାଷାର ଏକ ବିକଶିତ ଏବଂ ଦୀର୍ଘକାଳୀନ ପରମ୍ପରା ଅଛି ବୋଲି ପ୍ରମାଣ କରିବା ପାଇଁ ଭାଷାର ପ୍ରାଚୀନ ଏବଂ ଆଧୁନିକ ରୂପ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିବା ଉଚିତ୍। ହଁ ଆଜ୍ଞା ଯଦି ଭାଷାଗୁଡିକ ଏସବୁଯୋଗ୍ୟତା ବହନ କରୁଥିବ ତେବେ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇପାରିବ ।