ଚୀନ ମୋବାଇଲ କମ୍ପାନୀ ଉପରେ ମାନହାନି ମାମଲା ରୁଜୁ ହେଇଛି | ଏଥିରେ Oneplus ,iQoo ଏବଂ Poco ଭଳି ଚାଇନିଜ ମୋବିଲେ କମ୍ପାନୀ ସାମିଲ ରହିଛନ୍ତି | ସରକାରଙ୍କୁ ଏହି କମ୍ପାନୀ ଲାଇସେନ୍ସକୁ ରଦ୍ଦ କରିବ ଆର ଦାବି ଉପସ୍ଥାପନା କରିଛନ୍ତି | ଏହି ଚୀନ କମ୍ପାନୀଗୁଡ଼ିକ ଉପରେ ଭାରତରେ ଆଣ୍ଟି କମ୍ପିଟେଟିଭ ପ୍ରାକ୍ଟିସର ଅଭିଯୋଗ ହୋଇଛି |
ଫଳରେ ଅନ୍ୟ ମୋବାଇଲ କମ୍ପାନୀର ବ୍ରାଣ୍ଡକୁ କ୍ଷତି ସହିବାକୁ ପଢ଼ଥିବା ଜଣା ପଡିଛି | ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ ଏହି ମାମଲାରେ କେନ୍ଦ୍ରୀୟ ଵାଣିଜ୍ୟକ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି |
ରିପୋର୍ଟ ଅନୁଯାୟୀ AIMRA ର ଚେୟାରମ୍ୟାନ ଏବଂ ଫାଉଣ୍ଡର ଲଖୟାନି କହିଛନ୍ତି ଯେ ,ସିସିଆଇ ରିପୋର୍ଟ ଏବଂ ଲଗାତାର ଅନୁବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନେଇଛି | ମାତ୍ର ଏହି କମ୍ପାନୀଗୁଡିକ ଇ-କମର୍ସ ପ୍ଳାଟଫର୍ମ ଆମାଜନ ସହ ସ୍ପେଶାଲ ଡ଼ିଲ ରହିଛି |
ଫଳରେ ଖୁଚୁରା ଷ୍ଟୋର ମାଧ୍ୟମରେ ପ୍ରଡକ୍ସନ କୁ ଡେ଼ଲିଭରି କରିବାକୁ ପ୍ରତ୍ୟାଖ୍ୟାନ କରି ନିୟମର ଉଲ୍ଲଘଂନ କରୁଛି କମ୍ପାନୀ | ଏହା ବ୍ୟତୀତ ,ଇ-କମର୍ସରୁ ରିଟେଲ ଚ୍ୟାନେଲେରେ ପ୍ରଡକ୍ସନର ଅନଧିକୃତ ଡାୟର୍ଜନ ଫଣ୍ଡ ରୋଟସନରେ GST ରୁ ଲାଭ ଉଠାଇବା ଅବସରରୁ ବଂଚିତ କରୁଛି |ଏଭଳି ଦାବି ଉଠିଛି |