ସ୍ଵଚ୍ଛତା ହିଁ ସେବା । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସଚେତନତା ପଦଯାତ୍ରା କରି ସ୍ଵଚ୍ଛତା ର ବାର୍ତ୍ତା ବାଣ୍ଟିଲା ଜାଗୃତି ସାଂସ୍କୃତିକ ଯୁବ ସଙ୍ଗଠନ । ପିପିଲି ସଙ୍କଟ ମୋଚନ ମନ୍ଦିର ଠାରୁ ପିପିଲି ହାଟ ଛକ ପର୍ଯ୍ୟନ୍ତ ଏହି ସଚେତନତା ପଦଯାତ୍ରା ସ୍ଵଚ୍ଛତା ର ବାଣ୍ଟି ଥିଲା । ଏହି ଅବସର ରେ ପିପିଲି ହାଟ ଛକ ଠାରେ କୁନି କୁନି ପିଲାମାନେ ସ୍ଵଚ୍ଛତା ର ବାର୍ତ୍ତା ନାଚ ଓ ଗୀତ ମାଧ୍ୟମରେ ପରିପ୍ରକାଶ କରିଥିଲେ । ଜାଗୃତି ସାଂସ୍କୃତିକ ଯୁବ ସଙ୍ଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର ଙ୍କ ନେତୁତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପିପିଲି ଥାନା ଆଇ ଆଇ ସି ସୌମେନ୍ଦୁ ଶେଖର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନ ବରିଷ୍ଠ ଉପଦେଷ୍ଟା ଇଂ. ରମେଶ ଚନ୍ଦ୍ର ଶତପଥି ,ଉପଦେଷ୍ଠା – ରଘୁନାଥ ଜେନା,ସମ୍ମାନିତ ଅତିଥି ଡ଼ ତପନ କୁମାର ଦାଶ, ପୂର୍ଣ୍ଣ ଚନ୍ଦ୍ର ନାୟକ,ସମାଜସେବୀ ଜେନାମଣି ଆଶିଷ ରଂଜନ ଜେନା,ଜବାହାର ବିଦ୍ୟାପୀଠ ଶିକ୍ଷକ ଜଗନ୍ନାଥ ପ୍ରଧାନ, ପ୍ରଶାନ୍ତ ସାହୁ, ସହ ସମ୍ପାଦକ ମନୋଜ ପ୍ରଧାନ,ଯୁଗ୍ମ ସମ୍ପାଦକ ମୁନୁ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।ଜାଗୃତି ସଂଗଠନର ସ୍ବେଛାସେବୀ ଓ ସଭ୍ୟ, ପିପିଲି ମହାବିଦ୍ୟାଳୟ ଏନ ସି ସି, ଜବାହାର ବିଦ୍ୟାପୀଠ ଜୁନିଅର ସ୍କାଉଟ ଗାଇଡ଼, ଇନ ଫୋର୍ସ ଏବଂ ବେଦିକ ଟେକନୋ ବିଦ୍ୟାଳୟର ଛାତ୍ରଛାତ୍ରୀ ମହାପୁରୁଷ ବେଶ ରେ ଭାଗ ନେଇ ସ୍ଵଚ୍ଛତା ର ବାର୍ତ୍ତା ବାଣ୍ଟି ଥିଲେ । ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସଙ୍ଗଠନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା