Sunstartv
ଆଜି ଠାରୁ ଆରମ୍ଭ ହୋଇଛି ନୂଆ ମାସ। ଆଜି ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଯାହା ସୂଚନା ରହିଛି ନୂଆ ମାସରୁ ଏଲପିଜି ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ, ସୁକନ୍ୟା ସମୃଦ୍ଧି ଏବଂ ପିପିଏଫ୍ ଆକାଉଣ୍ଟ ଆଦି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରେ।
ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ନିକଟରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଇଥିବାବେଳେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାଛଡା କେନ୍ଦ୍ର ସରକାର ଅକ୍ଟୋବର ପହିଲାରୁ ଶ୍ରମିକମାନଙ୍କ ନିମନ୍ତେ ସର୍ବନିମ୍ନ ମଜୁରିରେ କରାଯାଇଥିବା ପରିବର୍ତ୍ତନକୁ ଲାଗୁ କରିବେ।
ପିପିଏଫ୍ର ନୂଆ ନିୟମ ଅନୁଯାୟୀ ତିନୋଟି ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ ନାବାଳିକ ଓ ନାବାଳିକାଙ୍କ ନାମରେ ପିପିଏଫ୍ ଆକାଉଣ୍ଟ୍ ଖୋଲା ଯାଇଛି, ଏକରୁ ଅଧିକ ପିପିଏଫ୍ ଆକାଉଣ୍ଟ୍ ଏବଂ ଡାକଘର ମାଧ୍ୟମରେ ଜାତୀୟ ସଞ୍ଚୟ ସ୍କିମ୍ ଅନ୍ତର୍ଗତ ARI ର PPF ଆକାଉଣ୍ଟ୍ ବିସ୍ତାର ନିୟମ ଗୁଡ଼ିକ ପରିବର୍ତ୍ତନ ହେବ।
ଅକ୍ଟୋବର ୧ରୁ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ (PPF)ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ PPF ସହିତ ଜଡିତ ତିନୋଟି ପ୍ରମୁଖ ନିୟମ ପରିବର୍ତ୍ତନ ହେବ।
ଏହାସହ ସୁକନ୍ୟା ସମୃଦ୍ଧି ସ୍କିମ୍ ସହିତ ଏକ ପ୍ରମୁଖ ନିୟମ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଅନୁଯାୟୀ, କେବଳ ଝିଅମାନଙ୍କର ଆଇନଗତ ଅଭିଭାବକମାନେ ପ୍ରଥମ ଦିନରୁ ଏହି ଆକାଉଣ୍ଟଗୁଡିକ ପରିଚାଳନା କରିପାରିବେ। ନୂତନ ନିୟମରେ ଯଦି କୌଣସି ଝିଅର ଏସ୍ଏସ୍ୱାଇ ଆକାଉଣ୍ଟ ତାଙ୍କ ଆଇନଗତ ଅଭିଭାବକଙ୍କ ଦ୍ବାରା ଖୋଲାଯାଇନାହିଁ ତେବେ ସେଭଳି ଆକାଉଣ୍ଟକୁ ପିଲାର ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କୁ ହସ୍ତାନ୍ତର କରିବାକୁ ପଡିବ। ଏପରି ନ କରିବା କ୍ଷେତ୍ରରେ ସେହି ଆକାଉଣ୍ଟକୁ ବନ୍ଦ କରିଦିଆଯିବ।