ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ଆଉ ଏକ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପିଏମ ଜନମତ ଯୋଜନାରେ ଓଡ଼ିଶାର ଆଦିବାସୀ ଅଞ୍ଚଳର ୧୪୬ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ | ଦେବଗଡ , ଗଜପତି , ମୋହନା, ରାୟଗଡା, ବାଲିଗୁଡା, ମାଲକାନଗିରି,ଗୁଣୁପୁର ,ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା |
ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି |
୨ ଅକ୍ଟୋବର ଝାଡ଼ଖଣ୍ଡର ହଜାରିବାଗ୍ରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ବେଟି ଦେବେ ପ୍ରଧାନମନ୍ତ୍ରୀ | ସମସ୍ତ ରାଜ୍ୟର ୫ କୋଟି ଆଦିବାସୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ | ଏହି ଯୋଜନାର ଲକ୍ଷ୍ୟ ଗୁଡିକ ହେଲା ; ଜୀବନଯାପନ ଦିଗରେ ନୂଆ ସୂର୍ଯ୍ୟୋଦୟ ଆଣିବା , ଜନଜାତି ବର୍ଗଙ୍କ ଶିକ୍ଷା ,ସ୍ୱାସ୍ଥ୍ୟ ଓ ସାମାଜିକ ସଶକ୍ତିକରଣ | ଏଥି ପାଇଁ କେନ୍ଦ୍ର ସରକାରଙ୍କ ୨୫ ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି |
ସେହିପରି ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା | ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି | ୯ କୋଟି ୫୦ ଲକ୍ଷ୍ୟ ଚାଷୀଙ୍କ ଖାତା କୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା |