IPS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର | ସରକାର ପରିବର୍ତନ ପରେ ପ୍ରଥମ ଥର ପାଇଁ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର | ପୋଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଡିସିପି ପର୍ଯ୍ୟନ୍ତ ସବୁ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର | ପୋଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଡିସିପି ପର୍ଯ୍ୟନ୍ତ ସବୁ ବଡ ବଡ଼ ଅଫିସରଙ୍କୁ ବଦଳି କରାଯାଇଛି | SP ,DIG ସ୍ତର ରେ ବଡ ଧରଣର ଅଦଳବଦଳ କରାଯାଇଛି |
ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱର ଡ଼ିସିପିପ୍ରତୀକ ସିଂ ଙ୍କ ବଦଳି କରାଯାଇଛି | ଭୁବନେଶ୍ୱର ଡିସିପି ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା IPS ପ୍ରତୀକ ସିଂ ଏସପି ଭାବେ କଟକ ଗ୍ରାମାଞ୍ଚଳରେ ନିଯୁକ୍ତିପାଇଛନ୍ତି | ତାଙ୍କ ସ୍ଥାନରେ ପିନାଜ ମିଶ୍ର ଙ୍କୁ ନୂଆ ଡିସିପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର |
ଏହି କ୍ରମରେ ବଦଳିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସଂଜୀବ ପଣ୍ଡା | ତାଙ୍କୁ ଏବେ BPSPA ନିର୍ଦେଶକ ଭାବେ ବଦଳି କରାଯାଇଛି | ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱର ନୂଆ କମିଶନର | ଏ.କେ ରାୟ ହେଲେ ଜେଲ ବିଭାଗ ଡିଜି |
ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆରପି କୋଚେ ହେଲେ ନୂଆ ଗୁଇଡ ନିର୍ଦେଶକ | ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି | ତାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ର ଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ବିଭାଗରେ ନିଯୁକ୍ତି ଦିଆଯାଇଛି |