ଫିଲ୍ମ “ରାଣ୍ଡିପୁଅ ଅନନ୍ତା” ଫାଷ୍ଟ ଲୁକ ସାମ୍ନାକୁ ଆସିଛି | ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଓଲିଉଡ଼ ହିରୋ ସବ୍ୟସାଚୀ ମିଶ୍ର | ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ “ରାଣ୍ଡି ପୁଅ ଅନନ୍ତା” କୁ ଚଳଚ୍ଚିତ୍ର ରୂପ ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦେଶକ ସବ୍ୟସାଚୀ ମହାପାତ୍ର |
ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ ପଡିଛି | ଏଥିରେ ତାଙ୍କୁ ଜାଣି ହଉନି , ସେ ଏତେ ମୋଟା ହୋଇଛନ୍ତି ଯେ ତାଙ୍କ ପେଟ ବାହାରି ପଡିଛି | ଚରିତ୍ର କୁ ନ୍ୟାୟ ଦେବାକୁ ଯାଇ ସେ ଏଭଳି କରିଥିବା ଶୁଣିବାକୁ ମିଳିଛି |
ତାଙ୍କୁ ପଚାରିବାରୁ ସେ କହିଛନ୍ତି , ଏହି ସିନେମା ଲାଗି ଗତ ୬ ମାସ ରେ ୨୫ କେଜି ରୁ ଓଜନ ବଢ଼ାଇ ୧୦୩ କେଜି କରିଛି | ଆସନ୍ତା ୩୦ ଦିନ ଧରି ସୁଟିଂ ଚାଲିବ | ସେ ସୋସିଆଲ ମେଡିଆ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି , ମୋ ନୂଆ ସିନେମା ମୋ ନୂଆ ପରିଚୟ ହେଉ ସେତିକି ପ୍ରାଥନା | ଏହି ଅନନ୍ତା ଚରିତ୍ର ପାଇଁ ଅନେକ ମାସ ରୁ ପେଟ ବଢା଼ଉ ଥିଲି ଓ ପେଟ ଭିତରେ ଏହି ସିନେମା ବିଷୟ ଲୁଚେଇ ରଖିଥିଲି | ଏକାଥରେ ଫାଷ୍ଟ ଲୁକରେ ଆପଣଙ୍କୁ ସରପ୍ରାଇଜ ଦେଇ ପାରିଛି ବୋଲି ସବ୍ୟସାଚୀ ଲେଖିଛନ୍ତି |