ସୁପ୍ରିମକୋର୍ଟ ରେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ’12th Fail , ସ୍କ୍ରୀନିଂ ଗତ ବୁଧବାର ପ୍ରଧାନ ବିଚାରପତି ତିୱାଲ ଚନ୍ଦ୍ରଚୂଡ଼ ଓ ଅନ୍ୟ ବିଛତ୍ରପତିଙ୍କ ପାଇଁ ଫିଲ୍ମ ସ୍କ୍ରୀନିଂ ହୋଇଥିଲା | ପ୍ରଧାନ ବିଚାରପତି , ଅନ୍ୟ ବିଚାରପତି ଙ୍କ ସହ ୬୦୦ ଅଧିକାରୀ ଓ ସେମାନଙ୍କ ପରିବାର ସ୍କ୍ରୀନିଂ ରେ ଯୋଗ ଦେଇ ଫିଲ୍ମ ଦେଖିଥିଲେ |
ଏହା ପରେ ପ୍ରଧାନ ବିଚାରପତି ଯଷ୍ଟିଶ ଚନ୍ଦ୍ରଚୂଡ଼ ବିଧୁ ବିନୋଦ ଏବଂ ଫିଲ୍ମ ର ମୁଖ୍ୟ କଳାକାର ବିକ୍ରନ୍ତ ମେସି ଓ ମେଧା ଶଙ୍କରଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା | ଫିଲ୍ମ ଟିମ ସହିତ ଆଇପିଏସ ଅଫିସର ମନୋଜ କୁମାର ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ | ସୂଚନା ଅନୁଯାୟୀ ,ମନୋଜଙ୍କ ଜୀବନ ଉପରେ ’12th Fail , ପର୍ଯ୍ୟବସିତ ବାର୍ତ୍ତାଳାପରେ ଚନ୍ଦ୍ରଗୁଡା କହିଥିଲେ ” ମୋର ବିଶ୍ୱାସ ଯେ ଆମ କର୍ମଚାରୀ ପରିବାରଙ୍କ ପ୍ରତ୍ୟେକ ସଦସ୍ୟ ଫିଲ୍ମରୁ ପ୍ରେରିତ ହୋଇ ଦେଶ କୁ ଏକ ନୂଆ ଉଚ୍ଚତାକୁ ନେବାରେ ସେମାନଙ୍କ ପୁଅ ,ଝିଅ ,ବନ୍ଧୁଙ୍କୁ ଉତ୍ସାହିତ କରିବେ | ଏଭଳି ଫିଲ୍ମ ଆମ ଚାରିପାଖ ର ଲୋକଙ୍କ ପାଇଁ ଜୀବନରେ ପ୍ରତିଦିନ କିଛି ଭଲ କରିବା ପାଇଁ ଆମକୁ ସକ୍ଷମ ଓ ପ୍ରେରିତ କରେ |
୨୦୨୩ ଅକ୍ଟୋବରରେ ’12th Fail , ଥିଏଟରକୁ ଆସିଥିଲା | କାହାଣୀ ଓ କଳାକାରଙ୍କ ପ୍ରଦର୍ଶନ ପାଇଁ ଏହା ଖୁବ ପ୍ରଶଂସିତ ହୋଇଥିଲା | ଅନୁରାଗ ପାଠଙ୍କ ’12th Fail , ଉପନ୍ୟାସର ଏହା ନାଟ୍ୟ ରୂପାନ୍ତର | ବାସ୍ତବ ଜୀବନର କାହାଣୀକୁ ନିଖୁଣ ଭାବେ ପରଦାରେ ଉତାରିବା ପାଈଁ ବିଧୁ ବିନୋଦ ଙ୍କୁ ପ୍ରଧାନ ବିଚାରପତି ପ୍ରସଂଶା କରିଥିଲେ | ସୁପ୍ରିମକୋର୍ଟ ରେ ଫିଲ୍ମ ଟି ପ୍ରଦଶ୍ରିତ ହୋଇଥିବାରୁ ବିଧୁ ବିନୋଦଙ୍କ ସମେତ ଫିଲ୍ମ ଟିମ କୃତଜ୍ଞତା ଜଣାଇଛନ୍ତି|