ଗୁଜୁରାଟୀ ମଡେଲ ରିୟା ସିଙ୍ଘା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୪ ଟାଇଟଲ ହାସଲ କରିଛନ୍ତି | ରବିବାର ରାଜସ୍ଥାନରେ
ଜୟପୁରରେ ଅନୁଷ୍ଠିତ ‘ମିସ ୟୁନିଭର୍ସ ଇଣ୍ଡିଆ’ ୨୦୨୪ ର ଗ୍ରାଣ୍ଡ ଫିନାଲେରେ ସେ ୫୧ ଜଣ ଫାଇନାଲିଷ୍ଟ ଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି | ପୂର୍ବତ୍ତନ ମିସ ୟୁନିଭର୍ସ ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ରିୟା ଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି |
ଆସନ୍ତା ନଭେମ୍ବର ୧୬ ରେ ଆୟୋଜିତ ହୋଇଥିବା ମିସ ୟୁନିଭର୍ସ ପ୍ରତିଯୋଗିତାରେ ରିୟା ଭାରତର ପ୍ରତିନିଧିତ୍ୱ କରିବେ | ରିୟା କହିଛନ୍ତି ,ମିସ ୟୁନିଭର୍ସ ଇଣ୍ଡିଆ ୨୦୨୪ ଟାଇଟଲ ହାସଲ କରି ସେ ଗର୍ବ ଅନୁଭବ କରୁଛନ୍ତି | ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଛି | ପୂର୍ବ ବିଜେତାମାନଙ୍କ ଠାରୁ ସେ ଅନୁପ୍ରାଣିତ ହୋଇଥିଲେ ବୋଲି ରିୟା କହିଛନ୍ତି | ସଫଳତା ପାଇଁ ରିୟା ଙ୍କୁ ସୋସିଆଲ ମିଡ଼ିଆ ରେ ଅଭିନନ୍ଦନ ଜଣାଇବା ସହ ‘ମିସ ୟୁନିଭର୍ସ ‘୨୦୨୪ ‘ପ୍ରତିଯୋଗିତା ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି |
ତାଙ୍କର ବଡ ବିଜୟ ପରେ ନ୍ୟୁଜ ଏଜେନ୍ସସି ANI ସହିତ କଥାବାର୍ତ୍ତା କରି ୧୯ ବର୍ଷୀୟା ରିୟା ସିଙ୍ଘା କହିଛନ୍ତି ,”ଆଜି ମୁଁ ମିସ ୟୁନିଭର୍ସ ଇଣ୍ଡିଆ ୨୦୨୪ ଟାଇଟଲ ଜିତିଛି | ମୁଁ ବହୁତ କୃତଜ୍ଞ ଏହି ସ୍ତର କୁ ଯିବା ପାଇଁ ମୁଁ ବହୁତ କାମ କରିଛି ଯେଉଁଠାରେ ମୁଁ ନିଜକୁ ଭାବିପାରେ | ଏହି ମୁକୁତା ପାଈଁ ଯଥେଷ୍ଟ ଯୋଗ୍ୟ ଓ ମୁଁ ପୂର୍ବ ବିଜେତାମାନଙ୍କ ଦ୍ୱାରା ଅନୁପ୍ରାଣିତ |