ସୁପ୍ରିମକୋର୍ଟଙ୍କ ବଡ ରାୟ ଦେଶରେ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଘଟଣା ବଢି ଚାଲିଥିବା ବେଳେ ,ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଜାରି କରିଛନ୍ତି | ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାର ବିଷୟବସ୍ତୁ ଇଣ୍ଟେରନେଟରୁ ଦେଖିବା ଅପରାଧ ବୋଲି ସୁପ୍ରିମ କୋର୍ଟ କହିଛି | ୧୮ ବର୍ଷ ରୁ କମ ବୟସ୍କ ଙ୍କୁ ଅଶୀଳ ଭାବେ ଚିତ୍ରଣ କରିବା ଏବଂ ଇଣ୍ଟେରନେଟ ରୁ ଡାଉନଲୋଡ କରି ଅନ୍ୟମାନଙ୍କୁ ପଠାଇବା POCSO ଅଧିନିୟମ ଅନୁଯାୟୀ ଅପରାଧ |
ଚାଇଲଡ ପର୍ଣ୍ଣଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ | ଧାରା ୧୪ ଏବଂ ୧୫ ଅନୁଯାୟୀ ,ଯଦି କେହି ଚାଇଲଡ ପର୍ଣ୍ଣଗ୍ରାଫି ଡାଉନଲୋଡ କରନ୍ତି , ସେୟାର କରନ୍ତି କିମ୍ବା ଦେଖନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ,ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ |