ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୬୦ ଟଙ୍କା ପହଞ୍ଚିଲାଣି | କଟକରେ କେଜି ୬୦ ଟଙ୍କାରେ ବିକ୍ରି ହେଉଛି |କେବଳ ଟୁଇନ ସିଟି ନୁହେଁ ରାଜ୍ୟରେ ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି | ଏହାକୁ ନେଇ ଗ୍ରାହକଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା | ଦୀର୍ଘ ମାସ ହେବ ପିଆଜ ଦର ବୃଦ୍ଧି ପାଇଁ ଗ୍ରାହକ ମାନେ ଅଭିଯୋଗ କରିଥିଲେ |
ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି କହିଛନ୍ତି ବ୍ୟବସାୟୀ | କିଛି ବେପାରୀଙ୍କ କହିବା କଥା ,ମାର୍କେଟରେ ପିଆଜ ଷ୍ଟକ ନାହିଁ , ଯାହା ବାହାରୁ ଆସୁଥିଲା ବର୍ଷ ପାଇଁ ତାହା ଆସି ପାରୁନି | ସେଥିପାଇଁ ଦର ବଢ଼ାଇ ବାକୁ ବାଧ୍ୟ ହେଉଛୁ ବୋଲି ବ୍ୟବସାୟୀ କହିଛନ୍ତି | ଏକ ମାସ ଧରି ପନି ପରିବା ଦର ବଢି କି ରହିଛି , ପିଆଜ ଦର ବି କମିବାର ନାଁ ଧରୁନି| ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି |