ଆଳୁ ଆମ ଖାଦ୍ୟର ଏକ ବିଶେଷ ଅଂଶ | ଆଳୁ ବିନା ପ୍ରାୟ ସମସ୍ତ ଖାଦ୍ୟ ସ୍ଵାଦହୀନ ଲାଗେ , କିନ୍ତୁ ଆପଣ ଜାଣନ୍ତି କି ଆଳୁ ଭାରତରେ ଉତ୍ପନ୍ନ ହୋଇନଥିଲା କିନ୍ତୁ ଏହା ପ୍ରଥମେ ଆମେରିକା ବଢିଥିଲା |ତେବେ ଆସନ୍ତୁ ଜାଣିବା ଆଳୁ କିପରି ଭାରତରେ ପହଞ୍ଚିଲା? ଆଳୁ ଦକ୍ଷିଣ ଆମେରିକାର ଆଣ୍ଡାମାନ ପର୍ବତ ଅଞ୍ଚଳରେ , ବିଶେଷ ଭାବରେ ପେରୁ ଏବଂବୋଲିଭିଆର ଉପତ୍ନ ହୋଇଥିଲା | ହଜାର ହଜାର ବର୍ଷ ଧରି ସ୍ଥାନୀୟ ଲୋକ ଏହାକୁ ଏଠାରେ ଚାଷ କରୁଥିଲେ | ପ୍ରାଚୀନ ସଭ୍ୟତା ଆଳୁକୁ ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଉତ୍ସ ଭାବରେ ବିବେଚନା କରି ଏହାକୁ ପୃଥିବୀର ସୁନା ବୋଲି କହିଥିଲେ |
ଷୋଡଶ ଶତାବ୍ଦୀରେ ଆଳୁର ଲୋକପ୍ରିୟତା ଦ୍ରୁତ ରାତିରେ ବୃଦ୍ଧି ପାଇଲା | ଏହା ଉତର ଭାରତରେ ବିଶେଷ ଭାବରେ ଲୋକପ୍ରିୟ ହୋଇଥିଲା, ଯେଉଁଠାରେ ଏହାକୁ ବିଭିନ୍ନ ଖାଦ୍ୟରେ ଅନ୍ତଭୃକ୍ତ କରାଯିବ ଆରମ୍ଭ ହୋଇଥିଲା | ଆଳୁ ପରଟା, ଆଳୁ ତରକାରୀ ଏବଂ ଚାଟ ପରି ଖାଦ୍ୟ ଏହାକୁ ଭାରତୀୟ ରୋଷେଇର ଏକ ବିଶେଷ ଅଂଶ କରିଦେଲା | ଏହା ପରେ ଉତ୍ତରପ୍ରଦେଶ , ବିହାର ଏବଂ ପଞ୍ଜାବ ଭଳି ଭାରତର ଅନେକ ରାଜ୍ୟ ରେ ଆଳୁ ଚାଷ ଆରମ୍ଭ ହୋଇଥିଲା | ଏହା ଏକ ଗୁରୁତ୍ୱପୂର୍ଣ୍ଣ ନଗଦ ଫସଲରେ ପରିଣତି ହେଲା, ଯାହା କୃଷକଙ୍କ ଆୟ ବଢ଼ାଇଲା | ଆଳୁ ର ଉଚ୍ଚ ଉତ୍ପାଦନ ଏବଂ ସଂରକ୍ଷଣ କ୍ଷମତା ଏହାକୁ ବିଶେଷ ଲାଭଦାୟକ କଲା |