ହରର କମେଡି ଚଳଚିତ୍ର ସ୍ତ୍ରୀ -୨ ଚର୍ଚ୍ଚାରେ ଅଛି | ଜବରଦସ୍ତ କଲେକ୍ସନ ସହ ଖୁବ ରେକର୍ଡ ଭାଙ୍ଗୁଛି | ହେଲେ ଏବେ ଫିଲ୍ମର କୋରିଓଗ୍ରାଫର ଗିରଫ ହୋଇଛନ୍ତି | ଗୀତ ଆଜ କି ‘ରାତ’ ଅନେକ ଚର୍ଚ୍ଚାରେ ରହିଥିଲା | କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ନେଇ ଏକ ନୂଆ ବିବାଦ ଦେଖା ଦେଇଛି | କିନ୍ତୁ ଏହି ଗୀତର କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଶାରୀରିକ ନିର୍ଯାତନା ମାମଲାରେ ପୋଲିସ ଗିରଫ କରିଛି | ତାଙ୍କ ସହ କାମ କରୁଥିବା ଜଣାଏ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି | ଏହି କାରଣ ରୁ ପୋଲିସ ତାଙ୍କୁ ବିରୋଧରେ ଗିରଫ କରିଛି |କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି | ତାଙ୍କର ପ୍ରକୃତ ନାମ ଶେଖ ଜାନି | କିନ୍ତୁ ସେ ଜାନି ମାଷ୍ଟର ଭବରେ ଲୋକପ୍ରିୟ | ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ପୋଲିସ ଜାନୀଙ୍କୁ ଗୋଆରୁ ଗିରଫ କରିଛି | ଜାନି ମାଷ୍ଟର ତାଙ୍କ ଦଳର ୨୧ ବର୍ଷ ବୟସ୍କ ମହିଳା ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ | ପରେ ମାମଲା କୋର୍ଟରେ ପହଞ୍ଚିଥିଲା | ସେପ୍ଟେମ୍ବର ୨୦ରେ ହାଇଦ୍ରାବାଦ କୋର୍ଟରେ ଏହି ପ୍ରସଙ୍ଗ ରେ ଶୁଣାଣି ହୋଇଥିଲା | ବିଚାରପତିଙ୍କ ନିର୍ଦେଶ ଅନୁଯାୟୀ ଜାନିଙ୍କୁ ୧୪ ଦିନ ପାଇଁ ଜେଲ ରେ ରଖାଯାଇଛି | ସେ ଆସନ୍ତା ଦୁଇ ସପ୍ତାହ ପାଇଁ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ରହିବେ |
କହିବାକୁ ଗଲେ ଜାନି ମାଷ୍ଟର ଜଣେ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ପ୍ରାପ୍ତ କୋରିଓଗ୍ରାଫର | ଧନୁଷଙ୍କ ‘ତିରୁଚିଥାମବାଲମ’ ଚଳଚ୍ଚିତ୍ରର ମେଘାମ କରୁକାଥା ଗୀତ ପାଇଁ ତାଙ୍କୁ ଫିଲ୍ମ ପୁରଷ୍କାର ଦିଆଯାଇଥିଲା | ଏହା ସହ ଜାନି ଅନେକ ବଡ ବଡ ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି |