ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ କୁ ନେଇ ବିବାଦ | ଏହି ପ୍ରସଙ୍ଗକୁ ନେଇ ଖୁବ ଆଲୋଚନା ହେଉଛି | ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ପରେ ଏହାକୁ ନେଇ ରାଜନୀତିରେ ଜୋର ଧରିଛି | ସେପଟେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶନିବାର ଏକ ବଡ ଘୋଷଣା କରିଛନ୍ତି | ୧୧ ଦିନ ଉପବାସ ପାଳନ କରିବା ନେଇ କହିଛନ୍ତି | ଏନେଇ ସେ ଏକ୍ସରେ ପୋଷ୍ଟ ସେୟାର କରି ଜଣାଇଛନ୍ତି |ଆଜି ଠାରୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ | ତିରୁପତି ପ୍ରସାଦ ପ୍ରତି ହୋଇଥିବା ଅପମାନଙ୍କୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | କହିଛନ୍ତି ଯେ ଜଗନ ମୋହନ ରେଡ୍ଡୀ ଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି | ଜନସେବା ପ୍ରତିଷ୍ଠାତା ପବନ କଲ୍ୟାଣ ପ୍ରଶ୍ନ କରିଛନ୍ତି ଯେ ତିରୁମାଲା ତିରୁପତି ଦେବସ୍ଥାନର କର୍ମଚାରୀ ଏବଂ ବୋର୍ଡ ସଦସ୍ୟମାନେ ଏହି ଅନିୟମିତତା ବିଷୟରେ କିପରି ଅଜଣା ରହିଲେ |