ବିଜେପି କାର୍ଯ୍ୟାଳୟରେ ଏ କି ପ୍ରକାର ବ୍ୟବହାର । ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଅପମାନ୍ । ବିଜେପିରୁ ସୁନିତି ମୁଣ୍ଡଙ୍କ ବହିସ୍କାର ପରେ ଦଳୀୟ ବିଚାରରେ ଏକପ୍ରକାର ବିଶ୍ୱାସ କରି ପାରୁନାହାଁନ୍ତି ସୁନିତି । ତାଙ୍କୁ କଣ ପାଇଁ ଦଳରୁ ବିତାଡିତ କରାଗଲା ତାର କାରଣ ଖୋଜିବା ସହିତ ତର୍ଜମା କରୁଛନ୍ତି । ଗତକାଲି ଅପରାହ୍ନ ସମୟରେ ବିଜେପିର ପାର୍ଟି ଅଫିସ୍ ରେ ଚାଲୁଥିବା ସଦସ୍ୟତା ଅଭିଯାନରେ ସୁନୀତି ଯୋଗଦେବାକୁ ପହଞ୍ଚିଥିଲେ । ଏତିକି ରେ ହିଁ ସୃଷ୍ଟି ହୋଇ ଯାଇଥିଲା ଗୋଳ ମାଳିଆ ପରିସ୍ଥିତି….ଦଳୀୟ କର୍ମୀ ତାଙ୍କୁ ସେଠାରୁ ଗୋଡ଼ାଇ ଧକ୍କା ମାରି ଘଉଡାଇ ଦେଇଥିଲେ । ହଁ ଦର୍ଶକ ବନ୍ଧୁ ଥରେ ଭଲ କରି ଦେଖନ୍ତୁ ଏଇ ଭିଡିଓ, ଜଣେ ବ୍ୟକ୍ତି କିପରି ଭାବେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ୟୁଜ ଲେସ ଲେଡି କହି କିପରି ସୁନିତି ମୁଣ୍ଡଙ୍କୁ ଦଳୀୟ କାର୍ଯ୍ୟାଳୟରୁ ତଡ଼ି ଦେଉଛନ୍ତି । ତେବେ ସୁନିତି କଣ ପାଇଁ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ? ତାଙ୍କର ଉଦ୍ଦେଶ୍ୟ କଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ଦଳୀୟ ବିଚାର ଧାରାରେ ଖୁସି ନ ଥାଇ ବରିଷ୍ଠ ନେତୃବୃନ୍ଦଙ୍କୁ ତାଙ୍କର ବହିଷ୍କାର ସମ୍ପର୍କରେ ଅବଗତ ପାଇଁ ସେ ପାର୍ଟି ଅଫିସ୍ ଯାଇଥିଲେ । ସେ ଯାହା ବି ହେଉ, ଦଳୀୟ ଅଫିସ୍ ରେ କିନ୍ତୁ ମୋଟାମୋଟି ଭାବେ ଅପମାନିତ ଓ ହଟହଟା ହୋଇଛନ୍ତି ସୁନିତି । ତେବେ ଏଠାରେ ପ୍ରଶ୍ନ ଉଠୁଛି …ବିଜେପିର ମହିଳାଙ୍କୁ ଇଏ କି ପ୍ରକାର ସମ୍ମାନ ? ଜଣେ ନାରୀ ନେତ୍ରୀଙ୍କୁ ଏପରି ବ୍ୟବହାର ପଛର ସ୍ପଷ୍ଟ କାରଣ କଣ ? ଦେଖିବାକୁ ବାକି ରହିଲା ଜିଦ୍ ରେ ଅଟଳ ଥିବା ଭାରତୀୟ ଜନତା ପାର୍ଟି, ସୁନୀତିଙ୍କ ଉପରୁ କେବେ ହଟାଇବ ବହିଷ୍କାର ? ଆଗାମୀ ସମୟରେ ମାଡମ୍ ସୁନିତି ଙ୍କ ରାଜନୈତିକ ଯାତ୍ରା କଣ ହେଉଛି ?