Sunstar TV
ଓଡ଼ିଶା ସରକାର ଚାଷ ଓ ଚାଷୀ ର ଉନ୍ନତି ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏବଂ ଏନେଇ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଯୋଗାଇ ଦେଇଛନ୍ତି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ ଜମିକୁ ପାଣି ଯୋଗାଇବାକୁ କେନାଲ ନିର୍ମାଣ କରିଛନ୍ତି । ଆଉ ପ୍ରତିବର୍ଷ କେନାଲ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ନା ଜମିକୁ ପାଣି ଆସୁଛି ନା କୃଷି ଓ କୃଷକର ବିକାଶ ହେଉଛି । ଏଭଳି ଦୁର୍ନୀତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାମାନାକୁପୁଲି ଠାରୁ ଖୋଜୁରିପଦର୍ କେନାଲ ଠାରେ । ଗତ ପାଞ୍ଚ ବର୍ଷରୁ ଅଧିକ ହେବ ପ୍ରତି ବର୍ଷ ଉକ୍ତ କେନାଲରେ ପାଣି ଆସିବ କହି ଉକ୍ତ ଅଞ୍ଚଳର ଚାଷୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ କର । ଅନ୍ୟପଟେ ପ୍ରତି ବର୍ଷ କେନାଲ ସଫେଇ ଓ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କାର୍ଯ୍ୟ ପାଇଁ ଆସୁଥିବା ସମସ୍ତ ଟଙ୍କା ହଡ଼ପ କରାଯାଉଛି । ଫଳରେ ଚାଷୀଟିଏ ନିଜ ଜମିକୁ ପାଣି ଯୋଗାଇପାରୁନି, ଯାହାଦ୍ବାରା ଫସଲ ନଷ୍ଟ ହୋଇଯାଉଛି ଏବଂ ତାର ବର୍ଷକର ପରିଶ୍ରମ ନଷ୍ଟ ହେଉଛି । ଯାହାଦ୍ବାରା ଋଣଗ୍ରସ୍ତ ହୋଇ ଦୁଶ୍ଚିନ୍ତାରେ ଜୀବନ କାଟି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ସୂଚନା ଅନୁସାରେ ମୁନିଗୁଡା ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଗତ କିଛି ବର୍ଷ ପୂର୍ବେ ମୁଖ୍ୟ କେନାଲକୁ ସଂଯୋଗ କରି ଅନେକ ଶାଖା କେନାଲ ନିର୍ମାଣ କରୀ କୁଟ୍ରାଗଡ଼, ରମାନା କୁପୁଲି, ଗୋଜାକୁପୁଲି, ଓ ଖୋଜୁରୀପଦର୍ ଗ୍ରାମର ଶତାଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ କରିବା ପାଇଁ କାର୍ଯ କରାଯାଇଥିଲା । ତେବେ ଜେ ସି ପି ମେସିନରେ ଏହି ଶାଖା କେନାଲ ଗୁଡ଼ିକ ଖୋଲି ଅସମ୍ପୂର୍ଣ୍ଣ କରି ଛାଡ଼ି ଦେଇଛି। ଯାହା ଫଳରେ ଉକ୍ତ କେନାଲ ଦେଇ ପାଣି ଆସିପରୁନିକି ଜମିକୁ ପାଣି ପହଞ୍ଚି ପାରୁନି । ଏନେଇ ଉକ୍ତ ଅଞ୍ଚଳର ଚାଷୀମାନେ ଗଭୀର ଆସୋନ୍ତୋସ ପ୍ରକାଶ କରିଛନ୍ତି । ତେଣୁ ଏହାର ଉଚିତ୍ ତଦନ୍ତ କରି ସଂପୃକ୍ତ ବିଭାଗୀୟ ଦୁର୍ନୀତିଖୋର୍ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କିଭଳି ଭାବେ ଉକ୍ତ ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ପହଞ୍ଚି ପାରିବ ତାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ପ୍ରତି ବର୍ଷ ଭଳି ଉପର ବର୍ଷାପାଣିକୁ ଅପେକ୍ଷା କରି ଫସଲ ନଷ୍ଟ ହେବ ଏଥିରେ ଦ୍ଵିମତ ନାହିଁ । ଯାହାର ଫଳ ସ୍ୱରୂପ ଶେଷରେ ଚାଷୀମାନେ ନିଜ ପରିବାର ପାଇଁ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ।