Sunstar TV-
ଦୋସ୍ତି କ’ଣ ?
ବୋଧେ ନିରୁତା ଭଲ ପାଇବାର ଅନ୍ୟ ନାମ ଦୋସ୍ତି ବା ଫ୍ରେଣ୍ଡସିପ୍ ।
ଏଇ ଭଲ ପାଇବାରେ କିଛି ପାଇବାର ଆଶା ନଥାଏ । କାରଣ ଜଣେ ଅନ୍ୟ ଜଣକୁ ଭଲ ପାଇଲେ ହିଁ ସଂପର୍କ ସୁଦୃଢ଼ ହୁଏ । ଆଉ ଭଲ ସାଙ୍ଗ ହୋଇଥାଏ । ଜୀବନ ମାନେ ହିଁ ଦୋସ୍ତି । ଆଉ ଭଲ ବନ୍ଧୁ ହିଁ ସଦାବେଳେ ସୁଖ ଦୁଃଖର ସାଥୀ । କାରଣ ସଦାବେଳେ ପ୍ରକୃତ ବନ୍ଧୁ ହିଁ ତୁମକୁ ସାହା ହୁଏ ।
ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍କ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ‘ବନ୍ଧୁତା ଦିବସ’ ଭାବେ ପାଳନ କରାଯାଉଛି । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର ।
ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ । ଆଉ ଏହି ସମ୍ପର୍କରେ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ଏହି ସମ୍ପର୍କ ନିଆରା ।
ଏହା ଏପରି ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି ।
ବନ୍ଧୁତା ହେଉଛି ଏକ ଗଭୀର ସମ୍ପର୍କ ଯାହା ଦୁଇ ଜଣଙ୍କୁ ପରସ୍ପରର ନିକଟତର କରିଥାଏ । ଲୋକମାନେ ନିଜ ସାଙ୍ଗମାନଙ୍କ ସହିତ ସୁଖ ଏବଂ ଦୁଃଖ ବାଣ୍ଟନ୍ତି । ସମସ୍ତଙ୍କୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ର ଶୁଭେଚ୍ଛା ।
ବନ୍ଧୁତା ଦିବସ କ’ଣ
ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ଏହି ସମ୍ପର୍କରେ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁଏରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ ।
ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହୁଏ ଫ୍ରେଣ୍ଡସିପ ଡ଼େ । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁଏରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା । ଏଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା ।
ବନ୍ଧୁତା ଦିବସର ଇତିହାସ
୧୯୫୮ ମସିହାରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଆମେରିକାରେ ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଥିଲା । ମୃତ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କର ଆଉ ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଦେଇଥିଲେ । ଆଉ ସେବେଠୁ ଆମେରିକାରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ବନ୍ଧୁତ୍ୱ ଦିବସ ସହିତ ଜଡିତ ଅନେକ କାହାଣୀ ଇତିହାସର ପୃଷ୍ଠାରେ ଦେଖାଯାଏ ।
ଦିନକୁ ଦିନ ସ୍ୱାର୍ଥ କେନ୍ଦ୍ରିକ ହେବାରେ ଲାଗିଛି ବନ୍ଧୁତ୍ୱ । ଆଜିର ବଜାରମୁଖୀ ମାନସିକତା ଓ ଲାଭଖୋର, ଚଞ୍ଚକତାପୂର୍ଣ୍ଣ ଚିନ୍ତା ବନ୍ଧୁତ୍ୱ ପାଇଁ କାଳ ସାଜିଛି । କିନ୍ତୁ କେଉଁଠି ନା କେଉଁଠି ଆଜି ବି ବଳିଷ୍ଠ ଭାବରେ ବଞ୍ଚିରହିଛି ବନ୍ଧୁତ୍ୱ । କୁହାଯାଏ, ଯଦି ଜଣେ ବି ଉଚିତ୍ ବନ୍ଧୁ ରହିଛନ୍ତି, ତେବେ ଜୀବନ ବଞ୍ଚିବା ସହଜ ଓ ଆନନ୍ଦମୟ ହୋଇପାରେ ।