SunstarTV
କେରଳରେ ଭୟଙ୍କର ଭୂସ୍ଖଳନ । ମଙ୍ଗଳବାର ସକାଳେ କେରଳର ୱାୟାନାଡ ଜିଲ୍ଲାର ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା । ଏହାସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୪୮ ଟପିଛି। ଏହା ବ୍ୟତୀତ ଶହ ଶହ ଲୋକ ଫସି ରହିଛନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି। ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
କେରଳରେ ଭୟଙ୍କର ଭୂସ୍ଖଳନରେ ନିଖୋଜ ଅଛନ୍ତି ଦୁଇ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା । ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇ ଚିନ୍ତାରେ ପଡିଛନ୍ତି ପରିବାର ସଦସ୍ୟ । ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ।
ତେବେ ସୋମବାର ବିଳମ୍ବିତ ରାତିରେ ହଠାତ ଭୂସ୍ଖଳନ ହେବାରୁ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାର ମଧ୍ୟ କୌଣସି ଖୋଜଖବର ମିଳୁନାହିଁ । ସହାୟତା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି ବିଷ୍ଣୁଙ୍କ ପରିବାର ଲୋକେ ।