Sunstar Tv
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷାରେ ଚଳିତ ସପ୍ତାହ ବିତିବ। ଗତ ତିନି ଦିନ ହେଲାଣୀ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ଶନିବାର ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ରହିଛି।
ଆଜି ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା ଓ କଟକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ସେହିପରି, ମୟୂରଭଂଜ, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଦେବଗଡ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବ।
ଆସନ୍ତାକାଲି କେନ୍ଦୁଝର, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଂଜ, ସୁନ୍ଦରଗଡ,ବରଗଡ, ନବରଙ୍ଗପୁର,କଳାହାଣ୍ତି, କୋରାପୁଟ୍, କନ୍ଧମାଳ,ସୋନପୁର, ବୌଦ୍ଧ ଓ ଝାରସୁଗୁଡାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ଶୁକ୍ରାବର ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ କେନ୍ଦୁଝର,ଦେବଗଡ, ଅନୁଗୁଳ, ମାଲକାନଗିରି କୋରାପୁଟ୍, ନବରଙ୍ଗପୁର, କଳାହାଣ୍ତି, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶନିବାର ଓ ରବିବାର ପର୍ଯ୍ୟନ୍ତ ବର୍ଷାର ପ୍ରକୋପ କମିବ।
ସେହିପରି, ସୋମାବାରରୁ ମଙ୍ଗଳବାର ମଧ୍ୟରେ ମୟୂରଭଂଜ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ୨ଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।
ମୟୂରଭଂଜର ରାସଗୋବିନ୍ଦପୁର ଠାରେ ୧୩ ସେଣ୍ଟିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ବାଲେଶ୍ବର ରାଜଘାଟରେ ୧୧ ସେଣ୍ଟିମିଟର ବର୍ଷା ହୋଇଛି। ଏବଂ ଭୋଗରାଇରେ ୮ ସେଣ୍ଟିମିଟର ବର୍ଷା ହୋଇଛି।