Sunstar Tv
Paris Olympics: ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ମନୁ ଭାକର ଓ ସରବଜୋତ୍ ସିଂହଙ୍କୁ ମିଳିଲା ବ୍ରୋଞ୍ଜ ପଦକ। ମିକ୍ସଡ୍ ୧୦ ମିଟର ଏୟାର ପିସ୍ତଲରେ ପଦକ ଜିତିଲେ ଏହି ଯୋଡ଼ି। ଅଲିମ୍ପିକ୍ସରେ ମନୁ ଭାକରଙ୍କ ଏହା ଦ୍ବିତୀୟ ପଦକ। ସୁଟିଂରେ ପଦକ ଜିତିଲେ ମନୁ, ସରବଜୋତ୍ ଯୋଡ଼ି । ଟ୍ବଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ।
ଏଥର ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର ମନୁ ଭାକର ଓ ସରବଜୋତ ସିଂହ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ୍ରେ ଭାରତ ଗୌରାବନ୍ବିତ କରାଇଛନ୍ତି। ଏହାପରେ ମନୁଭାକର ପୁଣି ଥରେ ପଦକ ଜିତି ଭାରତର ନାଁ ଟେକ ରଖିଛନ୍ତି।
ଦୁଇ ଦିନ ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି ମନୁ ଭାକର । ଏହାପରେ ସେ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଇଭେଣ୍ଟ୍ ମିଶ୍ରିତ ଯୁଗଳ ବର୍ଗରେ ଜଲ୍ୱା ଦେଖାଇଛନ୍ତି ।
ଏହି ଇଭେଣ୍ଟ୍ରେ ସେ ସରବଜୋତ୍ ସିଂହଙ୍କ ସହ କାଂସ୍ୟ ପଦକ ଜିତିଛନ୍ତି । ଉଭୟ ଏହି ଇଭେଣ୍ଟ୍ର ମେଡାଲ ରାଉଣ୍ଡରେ ସ୍ଥାନ ପକ୍କା କରିବା ପରେ ପଦକ ଜିତିଛନ୍ତି ।
୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୁଗଳ ବର୍ଗର ଇଭେଣ୍ଟ୍ରେ ଜୁଲାଇ ୩୦ ତାରିଖ ଅର୍ଥାତ୍ ଆଜି ଦିନ ୧ଟା ବେଳେ ଖେଳାଯାଇଥିଲା ।
ଏଥିରେ କୋରିଆର ଲି ବୋହ୍ନୋ ଓ ୟେ ଜିନ୍ଙ୍କ ଯୋଡ଼ି ତାଙ୍କ ପ୍ରତିଦ୍ୱନ୍ଦିତ କରିଥିଲେ । ଏହି ରାଉଣ୍ଡରେ ବିଜୟୀ ହେବାକ୍ଷଣି ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ମନୁ ଭାକର ।
ଏହି ଇଭେଣ୍ଟ୍ରେ ପଦକ ହାସଲ କରି ପ୍ରଥମ ଭାରତୀୟ ଭାବରେ କୌଣସି ଅଲିମ୍ପିକ୍ ଗେମ୍ସରେ ଦୁଇଟି ପଦକ ଜିତିଛନ୍ତି ମନୁ ଭାକର । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଅଲିମ୍ପିକ୍ସ୍ରେ ଦୁଇଟି ମେଡାଲ ହାସଲ କରି ପାରିନାହାନ୍ତି ।
୧୨ ବର୍ଷ ହେଲା ସୁଟିଂରେ କୌଣସି ପଦକ ଜିତି ପାରୁନଥିଲା ଭାରତ । ଏଥର ପ୍ୟାରିସ ଅଲିମ୍ପିକରେ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ମନୁ ଭାକର ।
ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଗର୍ବ ପାଲଟିଛନ୍ତି ମନୁ । ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। X ହ୍ୟାଣ୍ଡେଲରେ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ମୋଦି ।
ପ୍ରଥମ ଭାରତୀୟ ମହିଳା ସୁଟର ଭାବରେ ଅଲିମ୍ପିକ୍ ଗେମ୍ସରେ ପଦକ ହାସଲ କରିଛନ୍ତି ମନୁ ଭାକର । ଏବେ ମନୁଙ୍କ ପାଖରେ ଆଉ ଏକ ପଦକ ଜିତି ଇତିହାସ ରଚିବାର ମଉକା ରହିଥିଲା, ଯେଉଁଥିରେ ସେ ନିଜକୁ ନିଜେ ପ୍ରମାଣିତ କରିଛନ୍ତି । ଖାଲି ସେତିକି ନୁହେଁ ପିଭି ସିନ୍ଧୁଙ୍କ ପରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବରେ ଦୁଇଟି ଅଲିମ୍ପିକ ଗେମ୍ସ ପଦକ ହାସଲ କରିଛନ୍ତି ମନୁ ଭାକର ।