SunstarTV
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସୋମବାର ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାରରେ ରହିଥିବା ଖାଲି ଆଲମିରାଗୁଡ଼ିକୁ ବାହାର କରାଯିବ। ଶ୍ରୀମନ୍ଦିର ପ୍ରଶାସନ ରୁମ ନିର୍ଦ୍ଧାରଣ କରିସାରିଛି। ସେଠାକୁ ଏହି ଆଲମିରା ସ୍ଥାନାନ୍ତର କରାଯିବ।
ଏହା ସହିତ ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି। ଆଗକୁ ରତ୍ନଭଣ୍ଡାର ମରାମତି କରିବା ପରିଚାଳନା କମିଟି ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିବେ ଏହା ସହ ସରକାର ଏଏସଆଇ ସହିତ ମଧ୍ୟ ଏ ନେଇ କଥାବାର୍ତ୍ତା କରିବେ। ରତ୍ନ ଗଣତିମଣତି ପାଇଁ ସମୟ ଆସିନାହିଁ ବୋଲି ରଥ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଏବଂ ସେବାୟତ ଉପସ୍ଥିତ ଥିଲେ।