SunstarTV
ଆଉ ଗାଡ଼ି ଚଳାଇ ପାରିବେନି ନାବାଳକ। ଆଜିଠୁ ଚେକିଂ କଡ଼ାକଡ଼ି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି। ଯେଉଁଥିରେ ନଜର ଏବେ ନାବାଳକଙ୍କ ଉପରେ।
ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଜୋରଦାର ଚାଲିଛି ଚେକିଂ। ଛକ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରୁଛି ପୁଲିସ ଓ ପରିବହନ ବିଭାଗ କର୍ମଚାରୀ। ଯଦି ନାବାଳକ ଗାଡି ଚଳାଇବା ବେଳେ ଧରାପଡେ ତେବେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ।
ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇସାରିଲାଣି। ନିଜ ପିଲାଙ୍କ ପ୍ରତି ପ୍ରଥମେ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି।
ସେ ଆହୁରି କହିଛନ୍ତି, ନିଜ ପିଲାର ଜୀବନକୁ ବାଜି ଲାଗି ଅଭିଭାବକମାନେ ସେମାନଙ୍କୁ ଗାଡି ଦେବା ଉଚିତ ନୁହେଁ।ଯେତେ ବୁଝାଇଲା ପରେ ବି ସେମାନେ ବୁଝିବାକୁ ନାରାଜ। ତେଣୁ ଆମେ ଆକ୍ସନ ନେବାକୁ ବାଧ୍ୟ ହୋଇଛୁ। ଯଦି ନାବାକାଳ ଗାଡି ଚଳାଇବା ବେଳେ ଧରା ପଡନ୍ତି ତେବେ ୨୫ ହଜାର ଟଙ୍କା ଯାଏଁ ଫାଇନ ଦେବାକୁ ପଡିବ। ଗାଡ଼ ଜବତ କରାଯିବ। ଏପରିକି ଦରକାର ପଡିଲେ ଅଭିଭାବକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ।