SunstarTV
ପ୍ୟାରିସ ଅଲିମ୍ପିକ୍ସ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ। ଅନ୍ତିମ ସମୟରେ ହରମନପ୍ରୀତଙ୍କ ଗୋଲ ବଳରେ ଭାରତ ବିଜୟୀ ହୋଇଛି।
ମ୍ୟାଚ୍ ଆରମ୍ଭରୁ ଭାରତୀୟ ଟିମ ପାଖରେ ଅଧିକାଂଶ ସମୟ ବଲ ରହିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ କ୍ୱାର୍ଟରରେ ପ୍ରଥମେ ଗୋଲ କରିଥିଲା। ଦଳ ପକ୍ଷରୁ ୮ମ ମିନିଟରେ ସାମ ଲେନ ସ୍କୋର କରି ନ୍ୟୁଜିଲ୍ୟାଣ୍ଡକୁ ୧-୦ରେ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଟାକ କରିଥିଲା।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ ସମୟ ତଥା ୫୯ତମ ମିନିଟରେ ହରମନପ୍ରୀତ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ଏହି ମ୍ୟାଚରେ ଭାରତ ପକ୍ଷରୁ ମନଦୀପ ସିଂହ, ବିବେକ ସାଗର ଓ ହରମନପ୍ରୀତ ସିଂହ ଗୋଲ୍ ଦେଇଥିଲେ।
ପ୍ରଥମେ ଲାଗୁଥିଲା ମ୍ୟାଚ୍ ଡ୍ର ରହିବ। ମ୍ୟାଚ୍ ସରିବାକୁ ୨ ମିନିଟରୁ କମ ସମୟ ବାକିଥିବା ବେଳେ ଭାରତକୁ ମିଳିଥିବା ପିସିକୁ ହରମନପ୍ରୀତ ସିଂହ ପେନାଲ୍ଟି ଷ୍ଟ୍ରୋକରେ ପରିଣତ କରି ଦେଇଥିଲେ। ଏହାକୁ ସେ ନିଜେ ଗୋଲରେ ପରିଣତ କରି ସ୍ଥିତି ୩-୨ କରିଥିଲେ। ଏଥିସହ ଭାରତର ବିଜୟ ମଧ୍ୟ ଏକପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା।