Sunstar Tv
Todays Gold Rate: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। କେନ୍ଦ୍ର ବଜେଟ୍ ପରେ ଦେଶରେ ଖସିଛି ସୁନା ଦର। ଆଜି ରବିବାର ହେତୁ ଦେଶରେ ସୁନା ଦର ଅପରିବର୍ତ୍ତିତ ରହିଛି।
ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯, ୦୦୦ ଟଙ୍କା ରହିଛି ।
ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯,୧୫୦ ଟଙ୍କା ରହିଛି।
୨୨ କ୍ୟାରେଟ୍ ରେ ୨୫୦ ଓ ୨୪ କ୍ୟାରେଟରେ ୨୭୦ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩, ୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯,୦୦୦ ଟଙ୍କା ରହିଛି ।
୨୨ କ୍ୟାରେଟରେ ୨୫୦ ଓ ୨୪ କ୍ୟାରେଟରେ ୨୭୦ ଟଙ୍କା ଦର ବଢିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ଶୁକ୍ରବାର ଦିନ ୧୪ କ୍ୟାରେଟ ସୁନା ଭରି ପିଛା ୪୩୯୪୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଥିଲା। ଶନିବାର ଓ ରବିବାର ବଜାର ବନ୍ଦ ରହିଥିବାରୁ ନୂଆ ବଜାର ମୂଲ୍ୟ ସୋମବାର ସକାଳେ ପ୍ରକାଶ ପାଇବ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୫୩୦ ଟଙ୍କା ରହିଛି।
୨୨ କ୍ୟାରେଟ୍ ରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୯,୦୦୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୨୭୦ ଓ ୨୪ କ୍ୟାରେଟରେ ୨୦୦ ଟଙ୍କା ଦର ବଢିଛି।