SunstarTV
କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଳା ହାରିସ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି କମଳା । ଏଥିସହ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କମଳା ।
ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏକ୍ସରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଜିତିବାକୁ ମୁଁ କଠିନ ପରିଶ୍ରମ କରିବି। ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡୋନାଲଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ ଏହି ଦୌଡରୁ ଓହରି ଯାଇଛନ୍ତି।
କମଳାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଜୋ ବାଇଡେନଙ୍କ ସମେତ ଡେମୋକ୍ରାଟିକ ପାର୍ଟିର ଅନେକ ବଡ଼ ବଡ଼ ନେତା ସମର୍ଥନ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଠାରୁ ଆରମ୍ଭ ପୂର୍ବତନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିସ୍ ନାନ୍ସି ପେଲୋସୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ଡେମୋକ୍ରାଟିକ ପାର୍ଟି ନେତା ଓବାମା ହାରିସଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇବାରେ ପରେ ଏହା କମଳାଙ୍କ ପକ୍ଷେ ଭଲ ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।