SunstarTV
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସନ୍ଧ୍ୟାରେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ।ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୂଖ୍ୟ ଶାସନ ସଚିବ ମନୋଜ ଆହୁଜା ବି ଦିଲ୍ଲୀ ଗସ୍ତ କରିବାର କାର୍ଯକ୍ରମ ରହିଛି। ଏହି ଗସ୍ତ ସମୟ ମଧ୍ୟରେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀ ଓ ବିଜେପିର କେନ୍ଦ୍ର ନେତୃତ୍ୱଙ୍କ ସହିତ ବି ମୁଖ୍ୟମନ୍ତ୍ରୀ ଭେଟି ପାରନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ହେବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ଲାଗି ନୀତି ଆୟୋଗ ବୈଠକରେ ଯୋଗଦେବେ।ମୁଖ୍ୟମନ୍ତ୍ରୀ ଏହି ବୈଠକରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ମିଳିଛି।
ଏହାସହ ନିଜ ରାଜ୍ୟର କଥା ମଧ୍ୟ ବୈଠକରେ ଉପସ୍ଥାପନ କରିବେ। ତେବେ ଏହି ବୈଠକରେ ଇଣ୍ଡିଆ ମେଂଟର ସଦସ୍ୟ ଥିବା କିଛି ଦଳର ମୁଖ୍ୟମନ୍ତ୍ରୀ ଯୋଗ ନଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।