SunstarTV
୧୯୯୯ ମସିହାରେ ମେ ଏବଂ ଜୁନ୍ ମାସରେ ହେଇଥିଲା କାର୍ଗିଲ୍ ଯୁଦ୍ଧ। ଏହା ଭିତରେ କାର୍ଗିଲ ଯୁଦ୍ଧକୁ ୨୫ ବର୍ଷ ପୁରିଛି । ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ଦିବସ ପାଳନ କରାଯାଏ। ଦେଶର ବୀରମାନଙ୍କ ସାହସିକତା ଏବଂ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ପାଳନ କରାଯାଏ।
ଜୁଲାଇ ୨୬, ୧୯୯୯ରେ କାର୍ଗିଲରେ ପାକିସ୍ତାନୀ ସେନାଙ୍କୁ ପରାସ୍ତ କରି ବିଜୟର ପତାକା ଉଡାଇ ଥିଲା ଭାରତ । ପ୍ରତିବର୍ଷ ଏହି ଦିନକୁ ସ୍ମରଣ ରଖିବା ପାଇଁ ଏହି ଦିନ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ଗସ୍ତ କରିବେ। ଯେଉଁଠାରେ ସେ କାର୍ଗିଲ ଯୁଦ୍ଧ ମେମୋରିଆଲକୁ ଯାଇ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ପରେ ପିଏମ ମୋଦୀ ମଧ୍ୟ ସିଙ୍କୁ ଲା ଟନେଲର ଉଦଘାଟନ କରିବେ। ଏହି ଦିନ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ଉତ୍ସବ ଆୟୋଜନ କରାଯାଏ।
ସୂଚନା ମୁତାବକ ଏହି ଯୁଦ୍ଧ ମେ ମାସରେ ଆରମ୍ଭ ହୋଇ ୨୬ ଜୁଲାଇରେ ଶେଷ ହୋଇଥିଲା। ଏହି ଦିନ କାର୍ଗିଲ ପାହାଡ ଅନୁପ୍ରବେଶକାରୀଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ। ଏହି ଯୁଦ୍ଧରେ ୫୦୦ ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିଲେ।