SunstarTV
ଜୁଲାଇ ୩୦ ରେ ଇଣ୍ଡିଆ ମେଣ୍ଟ ଜନ୍ତର ମନ୍ତରରେ ଏକ ଆନ୍ଦୋଳନ କରିବାକୁ ଯାଉଛି , ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତିହାର ଜେଲରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପ୍ରସଙ୍ଗ ଉଠିବ। ଏହା କେଜ୍ରିୱାଲଙ୍କୁ ‘ହତ୍ୟା ଷଡଯନ୍ତ୍ର’ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ସିଏମଙ୍କ ଡାକ୍ତରୀ ରିପୋର୍ଟକୁ ଦର୍ଶାଇ ଦଳ କହିଛି ଯେ ଜୁନ୍୩ ରୁ ଜୁଲାଇ ୭ ମଧ୍ୟରେ କେଜ୍ରିୱାଲଙ୍କ ଶର୍କରାସ୍ତର ୨୬ ଗୁଣ ହ୍ରାସ ପାଇଛି। କେଜ୍ରିୱାଲଙ୍କ ଜୀବନ ସହ ଖେଳା ଯାଉଥିବା ଅଭିଯୋଗ କରିଛି ଦଳ ।
କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପ୍ରସଙ୍ଗ ଉଠାଇବା ପାଇଁ ଆମ୍ ଆଦମୀ ପାର୍ଟି ଜୁଲାଇ ୩୦ ରେ ଜନ୍ତର ମନ୍ତରରେ ଏକ ବଡ ରାଲି କରିବ ବୋଲି ସୂଚନା ଦେଇଛନ୍ତି । ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଦିଲ୍ଲୀ ସିଏମ ସୁପ୍ରିମକୋର୍ଟଙ୍କ ଜାମିନ ପାଇଛନ୍ତି। ତେବେ ସେ ବର୍ତ୍ତମାନ ସିବିଆଇ ମାମଲାରେ ତିହାର ଜେଲରେ ଅଛନ୍ତି।
କ୍ରେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ବିଗୁଥିବା ବେଳେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ। ବିଜେପି ତାଙ୍କୁ ଜେଲ ଭିତରେ ହତ୍ୟା କରିବାକୁ ଚାହୁଁଛି।
ତେଣୁ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଯନ୍ତରମନ୍ତର ଠାରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ପ୍ରସଙ୍ଗ ନେଇ ବିଶାଳ ବିକ୍ଷୋଭ ସମାବେଶ କରିବ ବୋଲି ଆପ କହିଛି। ସେପଟେ ପୁଣି ବଢିଛି କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଫଳାରେ ଆସନ୍ତା ଅଗଷ୍ଟ ୮ ପର୍ଯ୍ୟନ୍ତ କେଜ୍ରିୱାଲ ଜେଲରେ ରହବା ସ୍ପଷ୍ଟ ହୋଇଯାଇଛି ।