SunStarTV
ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଫେବୃଆରୀ ମାସରେ କାମଚଳା ବଜେଟ ଆସିଥିବା ବେଳେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ଏହା ମୋହନ ସରକାରର ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।
ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି। ଏଥି ସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କଠାରୁ ୧୨ ହଜାର ମତ ମିଳିଥିଲା। ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଯାହା ଆଶା କରାଯାଉଛି ୯ଟି ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିବ ।
ସୂଚନାମୁତାବକ ରାଜ୍ୟ ବଜେଟ୍ର ଆକାର କେତେ ବଢିବ, ଜନକଲ୍ୟାଣ ଯୋଜନାକୁ ନୂଆ ସରକାର କେତେ ଅ୍ରଗ୍ରାଧିକାର ଦେବେ, ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ, କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ଏବେ ସମସ୍ତଙ୍କର ନଜର।