SunstarTV
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୮ରେ ଶୁଣାଣି ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିହାର ଜେଲରୁ ସିଏମ କେଜ୍ରିୱାଲଙ୍କୁ ପରିଚିତ କରାଯାଇଥିଲା।
ଏଥିସହ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଆରଏସ ନେତ୍ରୀ କେ. କବିତାଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ ଜୁଲାଇ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାମୁତାବକ ଏଥିରେ ଦିଲ୍ଲୀର ଏକ୍ସାଇଜ୍ ପଲିସିରେ ପରିବର୍ତ୍ତନ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ କଣ୍ଟ୍ରାକ୍ଟର ଏବଂ କମ୍ପାନୀଙ୍କ ଠାରୁ ଅଯଥା ସୁବିଧା ନେଇଥିବା ଅଭିଯୋଗ ହୋଇଛି।
ସେପଟେ ସିଏମ୍ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦଳର ମୁଖପାତ୍ର କହିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କେଜ୍ରିୱାଲଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ବିଜେପିର ଏକ ଷଡଯନ୍ତ୍ର।